Indus Valley Times

ଭିଜିଲାନ୍ସ ଜାଲରେ ନିମାପଡ଼ା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଗୋଡାଉନ ଅଧିକ୍ଷକ, ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଜବତ

 Breaking News

ଭିଜିଲାନ୍ସ ଜାଲରେ ନିମାପଡ଼ା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଗୋଡାଉନ ଅଧିକ୍ଷକ, ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଜବତ

September 08
17:17 2023

ନିମାପଡ଼ା,୮/୯: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehousing Corporation)ର ନିମାପଡ଼ା ସ୍ଥିତ ଗୋଦାମର ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି। ତାଙ୍କ ଠାରୁ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି।
ଦେବୀ ପ୍ରସାଦ ମହାନ୍ତି ଆଜି ନିମାପଡ଼ାରେ ବସ୍କୁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ହଠାତ୍ ଚଢ଼ାଉ କରି ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ସେଥିରେ ନଗଦ ୨.୧୪ ଲକ୍ଷ ଟଙ୍କା ଥିଲା। ତାଙ୍କୁ ଯାଞ୍ଚ କରାଯିବାରୁ ଆଉ ୫୯ ହଜାର ୬୧୦ ଟଙ୍କା ବାହାରିଥିଲା। ଶ୍ରୀ ମହାନ୍ତି ଏହି ଅର୍ଥ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।
ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିଲା। ସେଠାରେ ଯାଞ୍ଚ ବେଳେ ଆହୁରି ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ବାହାରିଥିଲା। ଏମିତି ମୋଟ ନଗଦ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି। କିଛି ସୁନା ଅଳଙ୍କାର ବି ଜବତ କରାଯାଇଥିବା ସୂଚନା ରହିଛି।
ଏତେ ପରିମାଣରେ ନଗଦ ଅର୍ଥ ବାହାରିବା ପରେ ଦେବୀପ୍ରସାଦ ମହାନ୍ତି ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ତାଙ୍କର ମୋଟ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ଏସବୁ ନଗଦ ଅର୍ଥ ଦେବୀପ୍ରସାଦ ମହାନ୍ତି କେଉଁଠାରୁ ଆଣିଲେ,ସେ ନେଇ ତାଙ୍କୁ ପଚରାଉଚରା କରାଯାଉଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031