Indus Valley Times

ପାଚିକା ଧାରଣା ରେ ଶିକ୍ଷକ ଶିକ୍ଷୟତ୍ରୀ ହଣ୍ଡା ହାଣ୍ଡି ଧରିଲେ , ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଶିଲେ

 Breaking News

ପାଚିକା ଧାରଣା ରେ ଶିକ୍ଷକ ଶିକ୍ଷୟତ୍ରୀ ହଣ୍ଡା ହାଣ୍ଡି ଧରିଲେ , ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଶିଲେ

ପାଚିକା ଧାରଣା ରେ ଶିକ୍ଷକ ଶିକ୍ଷୟତ୍ରୀ ହଣ୍ଡା ହାଣ୍ଡି ଧରିଲେ , ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରଶିଲେ
September 28
09:44 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୮/୯: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ । ପାଚିକା ସଂଘର ଆନ୍ଦୋଳନ ଯୋଗୁଁ ସ୍କୁଲ ଗୁଡ଼ିକରେ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନ ଭୋଜନ ।
ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଗଲେ ପିଲା ସ୍କୁଲ ଆସିବେ ନା’ ନାହିଁ ସନ୍ଦେହ । ଏଭଳି ସ୍ଥିତିରେ କୌଣସି ବିକଳ୍ପ ନ ପାଇ, ପାଠ ପଢ଼ାଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏବେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଛନ୍ତି ।
ପାଠପଢ଼ାରୁ ସମୟ ବାହାର କରି କେଉଁ ଶିକ୍ଷକ ପରିବା କାଟିବାରେ ସହାୟତା କରୁଛନ୍ତି, ତ’ ଆଉ କେଉଁ ଶିକ୍ଷକ ଖାଦ୍ୟ ବାଣ୍ଟିବାରେ ସହଯୋଗ କରୁଛନ୍ତି ।
ପିଲାଙ୍କ ପାଠପଢ଼ା ଯେମିତି ଅଟକି ରହିବ ନାହିଁ ସେଥିପାଇଁ ପିଲାଙ୍କୁ ପାଳି କରି ପାଠ ମଧ୍ୟ ପଢ଼ାଉଛନ୍ତି । ଏଭଳି କିଛି ଖବର ଆସିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, କ.ନୂଆଗାଁ, କୋଟଗଡ ବ୍ଲକ ରୁ।
ବାଲିଗୁଡ଼ା ବ୍ଲକ ର ସରକାରୀ ପ୍ରାଥମିକ ବିଦ୍ୟାଳୟ, କର୍ଣ୍ଣାଟପୁର ଓ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମଣ୍ଡଳ ପଦର ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ରୋଷେଇ କରୁଥିବାର ଫୋଟ ଏବେ ଭାଏରାଲ ହେବାରେ ଲାଗିଛି ।
କେବଳ ଏହି ଗୋଟିଏ ସ୍କୁଲ ନୁହଁ ଅନେକ ସ୍କୁଲ ରେ ଏ ଭଳି ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ କରିଥିବା ଜଣାପଡିଛି। ପାଚିକା ସଂଘର ଆନ୍ଦୋଳନ ହଟିବା ପରେ ହିଁ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷକ-ଶିକ୍ଷୟିତ୍ରୀ ମାନେ କହିଛନ୍ତି । ପାଚିକା ସହାୟିକା ମାନଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ବେଆଇନ ଛଟେଇ ବନ୍ଦ, ଛଟେଇ କର୍ମଚାରୀଙ୍କୁ ଥଇଥାନ, ଅବସର କାଳୀନ ବୟସ ସୀମାକୁ ୬୫ବର୍ଷ ବୃଦ୍ଧି, ୧୦ ମାସ ବଦଳରେ ୧୨ ମାସ ଦରମା, ଅବସର ପରେ ୧୦ ହଜାର ଟଙ୍କା ପେନସନ୍ ଆଦି ଦାବି ନେଇ ଆନ୍ଦୋଳନ କରୁଛନ୍ତି ପାଚିକା ସଂଘ ।
ଜୁଏଲାରୀ ଦୋକାନ ମାଲିକଙ୍କୁ ହାଣି ଲୁଟ ଘଟଣା: ଏକ ମାସ ପରେ ମଧ୍ୟ ପୋଲିସ ହାତ ଖାଲି : ଓଡିଶା ବାହାରର ବିଭିନ୍ନ ସ୍ଥାନରେ ଛାନବିନ ଜାରୀ
ବାଲିଗୁଡ଼ା,୨୮/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟ ଭାଗରେ ଥିବା ପାଟଖଣ୍ଡା ଜୁଏଲାରୀ ଦୋକାନ ରେ ପଶି ଖଣ୍ଡା ରେ ମାଲିକକୁ ହାଣି ଡକାୟତି ଦଳ ସୁନା ଅଳଙ୍କାର ବ୍ୟାଗ ଲୁଟ ଘଟଣାକୁ ଆଜି ଗୁରୁବାର ଏକ ମାସ ବିତିଯାଇ ଥିଲେ ହେଁ ଅଦ୍ୟାବଧି ସୁଦ୍ଧା କୌଣସି ପ୍ରକାରେ ସୁରାକ ମିଳିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରାଯାଇନାହିଁ ।
ଏହି ଡକାୟତି ଗ୍ୟାଙ୍ଗ କୁ ଡକାୟତି କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏକ ବଡ଼ ଡକାୟତି ଗ୍ୟାଙ୍ଗ ସହ ବାଲିଗୁଡ଼ାରୁ ୩ ରୁ ୪ଜଣ ସହଯୋଗ କରିଥିବା ବିଷୟ ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।
ଏଭଳି ଘଟଣା ବାଲିଗୁଡ଼ା ଠାରେ କେବେ ମଧ୍ୟ ଘଟି ନଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।
ଡକାୟତି ଗ୍ୟାଙ୍ଗ କୁ ଧରିବା ପାଇଁ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ନେତୃତ୍ୱ ରେ ପ୍ରଥମେ ୫ଟି ଟିମ ପରେ ଆଉ ଏକ ସ୍ବତନ୍ତ୍ର ଟିମ ଗଠନ କରି ଓଡିଶା ବାହାରର ବିଭିନ୍ନ ସ୍ଥାନରେ ଛାନବିନ ଜାରୀ ରଖାଯାଇଛି ବୋଲି ବାଲିଗୁଡ଼ା ଏଡିପିଓ ୟସ ପ୍ରିତମ ଶ୍ରୀମଲ ପ୍ରକାଶ କରିଛନ୍ତି ।
କିନ୍ତୁ ଘଟଣା କୁ ଏକ ମାସ ବିତିଥିବା ବେଳେ ପୁଲିସ ଏ ନେଇ କୌଣସି ସୂଚନା ଦେଉ ନଥିବାରୁ ଲୋକେ ପୁଲିସ ର ତଦନ୍ତ କୁ ନେଇ ସନ୍ଦେହ ସୃଷ୍ଟି କରୁଛନ୍ତି।
ଅଗଷ୍ଟ ୨୯ ତାରିଖ ମଙ୍ଗଳବାର ଦିନ ସାଢ଼େ ୧୦ଟା ସମୟ ରେ ଏକ ବାଇକ ରେ ୩ ଜଣ ଦୁର୍ବୃତ୍ତ ଆସି ନେହୁରୁ ଛକ ନିକଟରେ ଥିବା ପାଟ୍ଟଖଣ୍ଡା ଜୁଏଲାରୀ ଦୋକାନ ମଧ୍ୟରେ ପଶି ମାଲିକ ସୁବାଷ ଚନ୍ଦ୍ର ଆଚରି ଙ୍କୁ ବନ୍ଧୁକ ଦେଖାଇ ଖଣ୍ଡା ରେ ଆକ୍ରମଣ କରି ସୁନା ରୂପା ଅଳଙ୍କାର ବ୍ୟାଗ କୁ ଛଡ଼ାଇ ନେଇଥିଲେ।
ଏହା ପରେ ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଡାଡ଼ାକେତା ଦେଇ ଦୃତ ଗତିରେ ଯାଇଥିଲେ। ସେମାନଙ୍କୁ ଦାରିଙ୍ଗବାଡି ପୁଲିସ ପିଛା କରିବାରୁ ସେମାନେ ଜଙ୍ଗଲ ଭିତରକୁ ପଳାଇଥିଲେ। ପୁଲିସ ଡକାୟତି ଗ୍ୟାଙ୍ଗ କୁ ଧରିବା ପାଇଁ ଜଙ୍ଗଲର ଚାରି ପାଖରୁ ସଶସ୍ତ୍ର ପୁଲିସ ଜଗି ରହିଥିଲେ ।
କିନ୍ତୁ ପୁଲିସ କୁ ଚକମା ଦେଖାଇ ସେମାନେ ଜିଲ୍ଲା ପାର ହୋଇଯାଇଥିଲେ। ବର୍ତ୍ତମାନ ମଧ୍ୟ ଏହି ଘଟଣା କୁ ନେଇ ସମଗ୍ର ଜିଲ୍ଲା ତଥା ଜିଲ୍ଲା ଓ ଓଡିଶା ବାହାରର ପୋଲିସ ସଜାଗ ରହି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟି ରଖି ତଦନ୍ତ ଚାଲୁ ରଖିଛି ।
ଏହି ଘଟଣାରେ କେଉଁ କେଉଁ ମୁଖ୍ୟ ବ୍ୟକ୍ତି ଓ ଡକାୟତି ଦଳ ରହିଛନ୍ତି, ତାହା ଖୁବ ଶିଘ୍ର ଲୋକ ଲୋଚନ କୁ ଅଣାଯିବ ବୋଲି ପୋଲିସ ମହଲରୁ ଶୁଣିବାକୁ ମିଳୁଛି ।
ତେବେ ଦେଖିବାକୁ ବାକି ରହିଲା ଏହି ଡକାୟତି ଗ୍ୟାଙ୍ଗ କୁ କାବୁ କରିବାରେ ବାଲିଗୁଡା ପୁଲିସ କୁ କେବେ ସଫଳତା ମିଳୁଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30