Indus Valley Times

ମେଂଢ଼ୀମାଳ ହାଇସ୍କୁଲରେ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମରେ ଶିଶୁମାନେ କଲେ ନିଜ ନିଜ ପ୍ରତିଭାର ପ୍ରଦର୍ଶନ

 Breaking News

ମେଂଢ଼ୀମାଳ ହାଇସ୍କୁଲରେ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମରେ ଶିଶୁମାନେ କଲେ ନିଜ ନିଜ ପ୍ରତିଭାର ପ୍ରଦର୍ଶନ

November 26
19:15 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୧୧: ମେଂଢ଼ୀମାଳ ହାଇସ୍କୁଲରେ ଆୟୋଜିତ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମରେ ଶିଶୁମାନେ ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି ।
ବୌଦ୍ଧ ବ୍ଲକ ମେଂଢ଼ୀମାଳ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜିଲା ମଂଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, DSWO ସୁବାଷ ଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଥିଲେ । ଶିଶୁ ମହୋତ୍ସବ ସର୍ଗିଫୁଲ ରେ ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ଯୋଗ ଦେଇ ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି ।କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ସହ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031