Indus Valley Times

ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଧାରା ବିବରଣୀ

 Breaking News

ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଧାରା ବିବରଣୀ

July 08
10:27 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୭: ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଧାରା ବିବରଣୀ କେନ୍ଦ୍ର ଖୋଲା ଯାଇ ବିଶିଷ୍ଟ ସାହିତ୍ୟିକ, ଲେଖକ, କବି ମାନଙ୍କୁ ନେଇ ଧାରା ବିବରଣୀ ପ୍ରଦାନ କରାଯାଇଥିଲା କ୍ଷ
ଉକ୍ତ ଧାରା ବିବରଣୀରେ ଡଃ. ଇଂ. ସଞ୍ଜୟ କୁମାର ପଣ୍ଡା, ଶ୍ରୀଯୁକ୍ତ ଦୁଃଖିଶ୍ୟାମ ବେହେରା ଅବସର ପ୍ରାପ୍ତ ଶିକ୍ଷକ, ଶ୍ରୀଯୁକ୍ତ ଶିବଦତ୍ତ ପଟ୍ଟନାୟକ ସଂସ୍କୃତ ଅଧ୍ୟାପକ, ଶ୍ରୀଯୁକ୍ତ ହୃଷିକେଶ ପ୍ରଧାନ ପତଞ୍ଜଳି ୟୋଗ ପ୍ରଭାରୀ, ଶ୍ରୀଯୁକ୍ତ ରମେଶ ପ୍ରସାଦ ମେହେର ଲେଖକ, ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର ପ୍ରଧାନ ଶିକ୍ଷକ, ଶ୍ରୀଯୁକ୍ତ ସନ୍ତୋଷ କୁମାର କର୍ଣ୍ଣ ଏବଂ ଶ୍ରୀଯୁକ୍ତ ଜ୍ଞାନଚାନ୍ଦ ସଥପତି ସହକାରୀ ଶିକ୍ଷକ, ଶ୍ରୀଯୁକ୍ତ ସତ୍ୟନାରାୟଣ ପାଣି ଇ ଟିଭି ଜିଲ୍ଲା ପ୍ରତିନିଧି, ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ନାଏକ ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ ପ୍ରଚାରକ ଯୋଗଦାନ କରି ଧାରାବିବରଣୀ ପ୍ରଦାନ କରିଥିଲେ କ୍ଷ
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସୂଚନା କେନ୍ଦ୍ର ଖୋଲା ଯାଇ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଲିଖିତ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭିୟୁ ବହି ବିକ୍ରି କରିବା ସହିତ ଅନ୍ୟାନ୍ୟ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା କ୍ଷ
ଏହି ସୂଚନା କେନ୍ଦ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟାଳୟର କର୍ମଚାରୀ ମଣ୍ଟୁ ପାଣ୍ଡେ, ଅକ୍ଷୟ କୁମାର ମହାକୁଡ଼, ବୀରକିଶୋର କର୍ମୀଙ୍କ ସମେତ ଜିତେନ୍ଦ୍ର ମେହେର, ରବି ନାରାୟଣ ବେହେରା ଏବଂ ବାପୁନି ସାହୁ ଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା କ୍ଷ
ପ୍ରଣାମ ଅନୁଷ୍ଠାନ ପକ୍ଷରୁ କଳାକାର ମାନେ ରଥ ସମ୍ମୁଖରେ ଓଡିଶୀ ନୃତ୍ତ୍ୟ ଅତି ସୁନ୍ଦର ଭାବ ରେ ପରିବେଷଣ କରିଥିଲେ କ୍ଷ ଜିଲ୍ଲା ସ୍କାଉଟ ଏବଂ ଗାଇଡ ତରଫ ରୁ ଜଳ ସେବା ଶିବିର ଖୋଲା ଯାଇ ପାଣି ଏବଂ ସର୍ବତ ବଣ୍ଟନ କରାଯାଇଥିଲା କ୍ଷ
ମାରୱାଡି ଯୁବା ମଞ୍ଚ, ଓମ ଶାନ୍ତି, ଉତ୍ସର୍ଗ ଜଳ ପରିବାର, ସତ୍ୟ ସାଇ ସେବା ସଙ୍ଘ, ମଦନ ସାହୁ ବ୍ୟକ୍ତି ଗତ ଭାବେ ପାନୀୟ ଜଳ ର ବ୍ୟବସ୍ଥା, ଅଚ୍ୟୁତାନନ୍ଦ ମିଶ୍ର ଙ୍କ ବାସ ଭବନ ରେ ଧାରାବିବରଣୀ କେନ୍ଦ୍ର ସ୍ଥାପନ କରାଯିବା ସହ ମିଶ୍ରଙ୍କ ପରିବାର ପକ୍ଷରୁ ସର୍ବତ ଏବଂ ମିଷ୍ଟନ୍ନ ବଣ୍ଟନ କରିଥିଲେ କ୍ଷ
ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଥଣ୍ଡା ପାନୀୟ ଜଳ, ଦହି ସର୍ବତ, ମିଷ୍ଟକ୍ଷନ୍ନ,ରନ୍ଧା ଖାଦ୍ୟ, ପ୍ରସାଦ ଆଦି ବଣ୍ଟନ କରାଯାଇଥିଲା କ୍ଷ
ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍କାଳ ରକ୍ଷା ପାଇଁ ବ୍ୟବସ୍ଥା, ଜିଲ୍ଲା ଚିକିତ୍ସା ବିଭାଗ ତରଫରୁ ଫାଷ୍ଟ ଏଡ ଓ ଏମ୍ବୁଲେନସ ସେବା ଏବଂ ଅଗ୍ନିଶମ ବିଭାଗ ତରଫ ରୁ ପାଣି ସିଞ୍ଚନ, ଅଗ୍ନିଶମ ଗାଡି ଏବଂ ଷ୍ଟାଫ ମୁତୟନ କରାଯାଇଥିଲା କ୍ଷ ରଥ ଆଗରେ ସଂକୀର୍ତ୍ତନ୍ୟ, ନୃତ୍ୟ ବାଦ୍ୟ ଓ ହୁଳହୁଳିରେ ରଥଟଣା କାର‌୍ୟ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା କ୍ଷ
ଊଓଚଜଙ ଜସଗ୍ଧବ ଈବକ୍ଷସଚ୍ଚବକ୍ସ ଝସଦ୍ଭଶଷ: ଉପ ଜ଼ିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଦେବୋତ୍ତର, ବୌଦ୍ଧ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ରଦଣ୍ଡସେନା ଏହି ସମସ୍ତ କାର୍ଯ୍ୟକୁ ନିଜେ ତଦାରଖ କରିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930