Indus Valley Times

ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଫେରିଲେ ୮ ଓଡ଼ିଆ

 Breaking News

ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଫେରିଲେ ୮ ଓଡ଼ିଆ

ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଫେରିଲେ ୮ ଓଡ଼ିଆ
July 15
19:41 2024

ଭୁବନେଶ୍ବର, ୧୫/୭: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ୮ ଜଣ ଓଡିଆ ଯୁବକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି।
ଏହି ୮ ଜଣଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ୪ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଲଢାଳିଆ ଗ୍ରାମର ସ୍ବର୍ଗତ ସୁରେଶ ଦାସଙ୍କ ପୁଅ ମରୁତ ଦାସ, ନିମପୁର ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା, ଜଗତସିଂହପୁର ଜିଲ୍ଲାର ନେହୁଳିଆ ଗ୍ରାମର ଶତ୍ରୁଘ୍ନ ସାମଲଙ୍କ ପୁଅ ନାରାୟଣ ସାମଲ, କଟକ ଜିଲ୍ଲାର କଳପଡା ଗ୍ରାମର ନରେନ୍ଦ୍ରନାଥ ପଟ୍ଟନାୟକଙ୍କ ପୁଅ ମିଟୁ ପଟ୍ଟନାୟକ, କୋରପଡା ଗ୍ରାମର ବିମ୍ବାଧର ହାତୀଙ୍କ ୩ ପୁଅ ରମେଶ ହାତୀ, ନରେଶ ହାତୀ, ବିଚିତ୍ରାନନ୍ଦ ହାତୀ ଓ କୁଳସରିଚୁହାଁ ଗ୍ରାମର ଦୂଶାସନ ପ୍ରଧାନଙ୍କ ପୁଅ ପିତବାସ ପ୍ରଧାନ ଗତ ମେ ମାସ ୧୯ ତାରିଖରେ ପାଇପମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟଙ୍କ ଜରିଆରେ ଦୁବାଇ ଯାଇଥିଲେ ।
କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନି କତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ। ଅନିଚ୍ଛା ପ୍ରକାଶ କରିବାରୁ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ। ସେମାନେ ବହୁ ଦୁଃଖ କଷ୍ଟରେ ଏକ ମସଜିଦରେ ଆଶ୍ରୟ ନେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30