Indus Valley Times

ବୌଦ୍ଧରେ ଧୁମଧାମରେ ପାଳନ ହେବ ସ୍ୱାଧୀନତା ଦିବସ : ଜିଲ୍ଲା ଷ୍ଟାଡିୟମରେ ହେବ ଜିଲ୍ଲା ସ୍ତରୀୟ ପ୍ୟାରେଡ

 Breaking News

ବୌଦ୍ଧରେ ଧୁମଧାମରେ ପାଳନ ହେବ ସ୍ୱାଧୀନତା ଦିବସ : ଜିଲ୍ଲା ଷ୍ଟାଡିୟମରେ ହେବ ଜିଲ୍ଲା ସ୍ତରୀୟ ପ୍ୟାରେଡ

July 24
08:23 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୭ : ବୌଦ୍ଧଠାରେ ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ମଙ୍ଗଳବାର ଅପରାହ୍ନ ଘ.୪.୩୦ମି. ସମୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ତଥାଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତବର୍ଷ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଧୀନତା ଦିବସ ଉତ୍ସବର ପାରମ୍ପରିକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ରାମଧୁନ ପ୍ରତ୍ୟୁଷ ଘ.୪.୩୦, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତ ଫେରି ପ୍ରାତଃ ୬ ରୁ .୬.୩୦ , ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ସକାଳ ଘ.୭ ରୁ .୭.୩୦, ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିର୍ମୂର୍ତ୍ତୀରେ ସକାଳ ଘ.୭.୪୫ ରୁ .୮.୩୦ ମଧ୍ୟରେ ମାଲ୍ୟାର୍ପଣ କରାଯିବ । ଜିଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥିଙ୍କ ଦ୍ୱାରା ସକାଳ ୯.୧୫ ରେ ଷ୍ଟାଡିୟମ ପଡିଆଠାରେ ଜାତୀୟ ପତାତା ଉୋଳନ କରାଯିବ । ଜିଲାସ୍ତରୀୟ ପ୍ୟାରେଡ ଓ ଶାରିରୀକ କ୍ରିଡା କୌଶଳ, ବୌଦ୍ଧଜିଲ୍ଲାରେ ସ୍ଵାସ୍ଥ୍ୟ, କ୍ରୀଡା, ଶିକ୍ଷା, କୃଷି ଆଦି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧନା, ରକ୍ତଦାତା ପ୍ରବର୍ତ୍ତକ ସଂଘ ଓ ବିଭନ୍ନ ସଂଘଠନ ପକ୍ଷରୁ ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟଚିକିତ୍ସାଳୟ, କୁଷ୍ଟାଶ୍ରମ ଓ ଜିଲ୍ଲା କାରାଗାରର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରାଯିବ ।
ଅପରାହ୍ନ ୩ ଘଟିକା ସମୟରେ ସିଦ୍ଧାର୍ଥ ସାହିତ୍ୟ ସଂସଦ ଓ ନୀଳ ଚକ୍ର ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ, ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ, ସନ୍ଧ୍ୟାରେ ଟାଉନହଲଠାରେ କୌତୁକ ବେଶପୋଷାକ ପ୍ରତିଯୋଗିତା, ଶିକ୍ଷାନୁଷ୍ଠାନ ଏବଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ।
ସ୍ୱାଧୀନତା ଦିବସ ଉତ୍ସବ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଂରାଜୀ, ଓଡିଆରେ ବକ୍ତୃତା , ଯୋଗାସନ , ଚିତ୍ରାଙ୍କନ , ଦେଶାତ୍ମବୋଧକ ସଙ୍ଗିତ , କବିତା ଆବୃତି ଓ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ପ୍ୟାରେଡ ପଡିଆର ପ୍ରସ୍ତୁତି ଓ ସାଜସଜ୍ଜା, ପଡିଆ ସହିତ ପ୍ରତିମୂର୍ତ୍ତି ସ୍ଥଳ ସଫା ସୁତର , ଯାନବାହନ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା, ଅଭିବାଦନ ମଞ୍ଚ ସାଜସଜ୍ଜା, ଅଗ୍ନିଶମ, ବିଦ୍ୟୁତ, ପାନୀୟ ଜଳ, ଆଶୁଚିକିତ୍ସା, ପ୍ୟାରେଡ ଅଭ୍ୟାସ, ପତାକା ସ୍ତମ୍ଭରେ ଜାତୀୟ ପତାକା ସଂଯୋଗ, ବ୍ୟାରିକେଡିଙ୍ଗ, ଦର୍ଶକ ଗ୍ୟାଲେରୀ, ପାଭିଲିୟନ, ଅତିଥିଙ୍କ ପାଇଁ ଆସନ ବ୍ୟବସ୍ଥା, ପଡିଆ ସମତୁଲ ଇତ୍ୟାଦି ପୂର୍ବରୁ ଦାୟିତ୍ୱ ତୁଲାଇ ଆସୁଥିବା ସରକାରୀ ବିଭାଗ ଗୁଡିକ ପକ୍ଷରୁ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ସମସ୍ତ କାର୍ଯ୍ୟା।ଳୟ, ବ୍ୟାଙ୍କ, ବେସରକାରୀ ଅନୁଷ୍ଠାନଙ୍କୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରିବା ପାଇଁ ବୈଠକରେ ଅନୁରୋଧ କରାଗଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବ୍ଳକ ଅଧକ୍ଷ୍ୟ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଏସଡିପିଓ କୁଲଦୀପ ମିନା,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଜୟକୃଷ୍ଣ ମିଶ୍ର, ରିଜର୍ଭ ଇନିସପେକଟର କୂଳମଣୀ ଗିରି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ବେସରକାରୀ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31