Indus Valley Times

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କା

 Breaking News

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କା

July 24
17:55 2024

ଭୁବନେଶ୍ବର, ୨୪/୭ : ଭାରତୀୟ ରେଳ ଭିତ୍ତିଭୂମିକୁ ମଜବୁତ କରିବା ଲାଗି କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୨,୬୨,୦୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ବଜେଟ୍ ଉପସ୍ଥାପନ କରିଛନ୍ତି।
ଏହି ବଜେଟ୍ରେ ଓଡ଼ିଶା ପାଇଁ ୧୦,୫୮୬ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ୟୁପିଏସ ସରକାର ସମୟରେ ମିଳୁଥିବା ବଜେଟ୍ ତୁଳନାରେ ୨୦୨୪ ବଜେଟରେ ମିଳିଥିବା ଏହି ଅନୁଦାନ ୧୨ ଗୁଣ ଅଧିକ ହେବ। ସେ କହିଛନ୍ତି, ୟୁପିଏ ସମୟରେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ଟଙ୍କା ରେଳ ଅନୁଦାନ ମିଳୁଥିଲା।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ଏବେ ୪୦ଟି ବଡ଼ ରେଳ ପ୍ରକଳ୍ପର ନିର୍ମାଣ କାମ ଚାଲିଛି। ଏହି ପ୍ରକଳ୍ପଗୁଡ଼ିକରେ ନୂଆ ରେଳଲାଇନ୍, ଷ୍ଟେସନର କୋଠା ନିର୍ମାଣ ସହ ଅନ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି।
୪୦ଟି ପ୍ରକଳ୍ପର ନିର୍ମାଣରେ ୫୪,୪୩୪ କୋଟି ଟଙ୍କା ଖର୍ଚ୍ଚ ହେଉଛି। ରାଜ୍ୟର ଟ୍ରେନ୍ଲାଇନ୍ଗୁଡ଼ିକ ୧୦୦ ପ୍ରତିଶତ ବିଦ୍ୟୁତକରଣ ହୋଇପାରିଛି।
ରେଳମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ଏଗୁଡ଼ିକ ହେଲା ବିମଳାଗଡ଼, ରାଇରଂଗପୁର, ପାନପୋଷ, ବାଲେଶ୍ବର, ବେତନଟୀ, ସମ୍ବଲପୁରସିଟି, ଝାରସୁଗୁଡ଼ାରୋଡ, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଲିଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ଼, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗର, ଅନୁଗୁଳ, ବାଦାମପହାଡ଼, ବରପାଲି, ବେଲପାହାଡ଼, ବ୍ରହ୍ମପୁର, ଛତ୍ରପୁର, ହରିଶଙ୍କରରୋଡ, ଯାଜପୁର-କେନ୍ଦୁଝର ରୋଡ, ଝାରସୁଗୁଡ଼ା, କଣ୍ଟାବାଞ୍ଜି, କେସିଙ୍ଗା, ଲିଙଗରାଜରୋଜ, ପାନପୋଷ, ସାକ୍ଷୀଗୋନାଳ, ସମ୍ବଲପୁର, ଟିଟିଲାଗଡ଼, ତାଳଚେର, ଢେଙ୍କାନାଳ, ରେଢ଼ାଖୋଲ ପ୍ରମୁଖ। ରାଜ୍ୟରେ ୨୦୧୪ ପରଠାରୁ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡରପାସ୍ ନିର୍ମାଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31