Indus Valley Times

ପାଚିକା ଓ ସହାୟିକାଙ୍କୁ ନେଇ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

 Breaking News

ପାଚିକା ଓ ସହାୟିକାଙ୍କୁ ନେଇ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

August 04
20:42 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୪/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପି. ଏମ ପୋଷଣ ଓ ଏମ. ଏସ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ପାଚିକା ସହାୟିକାଙ୍କ ପାଇଁ ଏକ ଦିବସୀୟ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ପ୍ରଶିକ୍ଷଣ ଶିବିର ପର୍ଯ୍ୟାୟ କ୍ରମେ ବାଲିଗୁଡା, ବାଟାଗୁଡା ଓ ବାରଖମା ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି ।
ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମଧ୍ୟାହ୍ନ ଭୋଜନ ପରିଚାଳକ କାହ୍ନୁ ଚରଣ ସାହାଣୀ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା, ପଦ୍ମଲୋଚନ ପଣ୍ଡାଙ୍କ ସମେତ ସମସ୍ତ ସିଆରସିସି ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ପ୍ରଶିକ୍ଷଣରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ବଜାୟ ରଖିବା,ଖାଦ୍ୟର ଗୁଣବତ୍ତା, ସୁରକ୍ଷିତ ସରଂକ୍ଷଣ , ପୋଷଣର ଗୁରୁତ୍ୱ ଓ ଶିଶୁମାନଙ୍କୁ ସୁରକ୍ଷିତ ଖାଦ୍ୟ ପ୍ରଦାନ ସମ୍ପର୍କ ରେ ବିସ୍ତୃତ ତାଲିମ ପ୍ରଦାନ କରା ଯାଇଥିଲା ।
ବ୍ଲକର ବିଭିନ୍ନ ବିଦ୍ୟାଳୟର ପାଚିକା ଓ ପାଚିକା ସହାୟିକା ମାନେ ଯୋଗ ଦେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଅଧିକ ସୁରକ୍ଷିତ ସ୍ଵଛ ଓ ଗୁଣାତ୍ମକ ଭାବେ ପରିଚାଳନା କରିବାର ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।
ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ
ବାଲିଗୁଡା, ୪/୮ : ଶ୍ରାବଣ ମାସର ପ୍ରଥମ ସୋମବାରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବପୀଠ ରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି।
ବିଶେଷ କରି କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ଶିବ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ ନିକଟସ୍ଥ ଖଡ଼ଗ ନଦୀ ବାଲିରେ ଶିବଲିଙ୍ଗ ସ୍ଥାପନ କରି ପରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି କଳସରେ ନଦୀଜଳକୁ ଶ୍ରାବାଣୀ ଭାର କାନ୍ଧରେ ଧାରଣ କରି ଶହ ଶହ ସଂଖ୍ୟାରେ ଲମ୍ବା ଧାଡ଼ିରେ ବିଭିନ୍ନ ଶୈବପୀଠ ଅଭିମୁଖେ ବୋଲବମ ହର ହର ବମ ନାରା ଦେଇ ଯାଉଥିବା ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଚକାପାଦ ର ବିରୁପାକ୍ଷ ମନ୍ଦିର, ଟିକାବାଲି ନିକଟସ୍ଥ ଡୁଙ୍ଗୀ ର ପଞ୍ଚେ ଲିଙ୍ଗେଶ୍ୱର ମନ୍ଦିର ଭଳି ବିଭିନ୍ନ ଶୈବ ପୀଠ କୁ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଜଳାଭିଷେକ କରିଥିଲେ।
ନଦୀ ଘାଟ ଠାରୁ ପ୍ରତ୍ୟେକ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ପକ୍ଷରୁ କାଉଡ଼ିଆ ମାନଙ୍କ ଖାଇବା ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930