Indus Valley Times

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ, ଆଳୁ ସମସ୍ୟାର ସମାଧାନ ପାଇଁ ଆଲୋଚନା

 Breaking News

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ, ଆଳୁ ସମସ୍ୟାର ସମାଧାନ ପାଇଁ ଆଲୋଚନା

July 27
17:00 2024

ଭୁବନେଶ୍ବର, ୨୭/୭: ଓଡ଼ିଶା-ପଶ୍ଚିମବଙ୍ଗ ସୀମାରୁ ଆଳୁ ଟ୍ରକ୍ଗୁଡ଼ିକ ଫେରିଯିବା ପରେ ରାଜ୍ୟରେ ଦର ବୃଦ୍ଧି ହୋଇଛି। ବ୍ୟବସାୟୀମାନେ ମନମୁତାବକ ଆଳୁ ବିକ୍ରି କରୁଛନ୍ତି।
ରାଜ୍ୟ ଯୋଗାଣମନ୍ତ୍ରୀ କିଲୋ ପିଛା ୩୨ଟଙ୍କାରେ ବିକ୍ରି କରିବାକୁ କହୁବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗ୍ରାହକମାନେ ଆଳୁ କିଲୋ ୮୦ ଟଙ୍କା ପର‌୍ୟ୍ୟନ୍ତ କିଣୁଛନ୍ତି।
ରୋଷେଇଶାଳ ଅନ୍ୟତମ ମୁଖ୍ୟ ପରିବା ଆଳୁ ଦର ବୃଦ୍ଧି ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପଶ୍ଚିମବଙ୍ଗ ସମକକ୍ଷ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି।
ନୀତି ଆୟୋଗର ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଥିବା ବେଳେ ମୋହନ ମାଝୀ କହିଛନ୍ତି, ଆଳୁ ଯୋଗାଣ ସମସ୍ୟାର ସମାଧାନ ନେଇ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିଛି। ସମସ୍ୟାର ଶୀଘ୍ର ସମାଧାନ ପାଇଁ ମମତାଙ୍କୁ ଅନୁରୋଧ କରିଛି।
ରାଜ୍ୟରେ ହଠାତ୍ ଆଳୁ ଦର ବଢ଼ିଯିବା ପରେ ଲୋକେ ପ୍ରଭାବିତ ହୋଇଛନ୍ତି। ସାଧାରଣ ଲୋକଙ୍କ ତୁଳନାରେ ଖାଦ୍ୟ ବ୍ୟବସାୟୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି।
ଜଳଖିଆ ଦୋକାନ, ଦହି-ବରା ଦୋକାନୀ ହୋଟେଲ ବ୍ୟବସାୟୀମାନେ ଆର୍ଥିକ କ୍ଷତିର ସାମ୍ନା କରିଛନ୍ତି। ସେହିପରି ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କୁ ହୋଟେଲରେ ଅଧିକ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡୁଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31