Indus Valley Times

ହତ୍ୟାକାରୀ ସ୍ୱାମୀଙ୍କୁ ଫାଶୀ ଦଣ୍ଡାଦେଶ; ସ୍ତ୍ରୀ’ର ଗଳାକାଟି କରିଥିଲେ ହତ୍ୟା

 Breaking News

ହତ୍ୟାକାରୀ ସ୍ୱାମୀଙ୍କୁ ଫାଶୀ ଦଣ୍ଡାଦେଶ; ସ୍ତ୍ରୀ’ର ଗଳାକାଟି କରିଥିଲେ ହତ୍ୟା

ହତ୍ୟାକାରୀ ସ୍ୱାମୀଙ୍କୁ ଫାଶୀ ଦଣ୍ଡାଦେଶ; ସ୍ତ୍ରୀ’ର ଗଳାକାଟି କରିଥିଲେ ହତ୍ୟା
August 01
18:53 2024

ଭୁବନେଶ୍ୱର, ୧/୮ : ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ। ହତ୍ୟା ଅଭିଯୁକ୍ତଙ୍କ ମାଆ, ଝିଅ, ଭାଉଜ ଓ ୧୫ ଜଣ ସାକ୍ଷୀଙ୍କ ବୟାନ୍ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏସଡିଜେଏମ୍ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୨୨ ମସିହା ଜୁନ ୯ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।
୨୦୨୨ ମସିହା ଜୁନ ୯ ତାରିଖ ସକାଳ ପ୍ରାୟ ୧୧ଟା ହେବ। ନିଶା ଖାଇବା ପାଇଁ ପତ୍ନୀ ସରୋଜିନୀଙ୍କୁ ଟଙ୍କା ମାଗିଥିଲା ସଞ୍ଜୀବ ଦାସ। ହେଲେ ସରୋଜିନୀ ଟଙ୍କା ଦେଇନଥିଲେ।
ଏହାକୁ ନେଇ ଉଭୟଙ୍କ ଭିତରେ ହୋଇଥିଲା ଯୁକ୍ତିତର୍କ। ବାସ୍‌, ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୀବ ଛୁରୀରେ ସରୋଜିନୀଙ୍କୁ ଆକ୍ରମଣ କରିଥିଲେ। ଥରେ କି ଦୁଇ ଥର ନୁହେଁ, ସରୋଜିନୀଙ୍କ ଦେହରେ ୩୩ ଥର ଛୁରୀ ଭୁଷି ଥିଲା।
ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟଣାଇଲା ବେଳେ ୬ ବର୍ଷର ଝିଅ ଅପସ୍ଥିତ ଥିଲା।
ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ନିଜ କୁନି ଝିଅକୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ସଞ୍ଜୀବ। ଏହି ଘଟଣା ସେତେବେଳେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ମାମଲାକୁ ଗୁରୁତ୍ୱର ସହ ନେଇଥିଲା। ଅଭିଯୁକ୍ତ ସଞ୍ଜୀବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତର ଝିଅ, ଅଭିଯୁକ୍ତର ମା\’ ଓ ଭାଉଜ କୋର୍ଟରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡର କାହାଣୀ ବଖାଣିଥିଲେ। ଏମାନଙ୍କୁ ମିଶାଇ ୧୫ ଜଣ ସାକ୍ଷୀ ଓ ୧୮ଟି ଡକ୍ୟୁମେଣ୍ଟ ଆଧାରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ- ୨ କୋର୍ଟ ମାମଲାକୁ ବିଚାର ଅଭିଯୁକ୍ତ ସଞ୍ଜୀବ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହାକୁ ଏକ ଜଘନ୍ୟ ଓ ବିରଳତମ ହତ୍ୟାଘଟଣା ଭାବେ କୋର୍ଟ ଗ୍ରହଣ କରିଛନ୍ତି ସରକାରୀ ଓକିଲ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930