Indus Valley Times

ଫାର୍ମ ହାଉସରୁ ୨୮ ଲକ୍ଷର ବ୍ରାଉନସୁଗାର, ଦେଶୀ ବନ୍ଧୁକ, ହରିଣ ଶିଙ୍ଗ ଜବତ ; ଦୁଇ ଗିରଫ

 Breaking News

ଫାର୍ମ ହାଉସରୁ ୨୮ ଲକ୍ଷର ବ୍ରାଉନସୁଗାର, ଦେଶୀ ବନ୍ଧୁକ, ହରିଣ ଶିଙ୍ଗ ଜବତ ; ଦୁଇ ଗିରଫ

August 17
17:44 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୭/୮ : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଥାନା ଅନ୍ତର୍ଗତ ଟାଙ୍ଗିଆପଡ଼ାର ଏକ ଫାର୍ମ ହାଉସ୍‌ରେ ପୁଲିସ ଚଢାଉ କରି ୨୮୩.୫୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ, ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ଗିରଫଦ୍ବୟ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ବାଶେଳୀସାହିର କ୍ଷିରୋଦ ବେହେରା (୨୩) ଏବଂ ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀର ସଂଗ୍ରାମ କେଶରୀ ନାଥ ଓରଫ ବାଦଲ (୪୮)। ସେମାନଙ୍କଠାରୁ ପୁଲିସ ବ୍ରାଉନସୁଗାର ସମେତ ୨ଟି ବାଇକ୍, ୨ଟି ମୋବାଇଲ, ଗୋଟିଏ ଦେଶୀ ବନ୍ଧୁକ, ୨ଟି ଜୀବନ୍ତ କାଟରିଜ୍ ଜବତ କରିଛି।
ଚଢାଉ ସମୟରେ ଫାର୍ମ ହାଉସରୁ ଗୋଟିଏ ହରିଣ ଶିଙ୍ଗ ଏବଂ ଜୀବନ୍ତ ବନ୍ୟଜନ୍ତୁ ମିଳିଥିଲା, ଯାହାକୁ ନେଇ ଚନ୍ଦକା ବନ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ବନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏସବୁକୁ ଜବତ କରିଥିଲେ ବୋଲି ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।
ବନ୍ୟଜନ୍ତୁ ରଖିବା ନେଇ ତାଙ୍କ ଉପରେ ବନ୍ୟଜନ୍ତୁ ଆଇନ ପ୍ରକାରେ ମଧ୍ୟ ମାମଲା ରୁଜୁ କରା‌ଯିବ ବୋଲି କହିଛନ୍ତି। ଏସ୍‌ପିଙ୍କ ସୂଚନା ଅନୁସାରେ ନିଶାମୁକ୍ତ ଜିଲ୍ଲା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ନାର୍କୋଟିକ୍ସ ଟିମ୍ ଗଠନ କରାଯାଇଛି।
ଟାଙ୍ଗିଆପଡା ଗ୍ରାମର ଏକ ଫାର୍ମ ହାଉସରେ ବ୍ରାଉନସୁଗାର କାରବାର ଚାଲିଥିବା ଶୁକ୍ରବାର ବିଶେଷ ସୂତ୍ରରୁ ଖବର ମିଳିଥିଲା। ସୂଚନାକୁ ଆଧାର କରି ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଶିଳ୍ପାଞ୍ଚଳ ଥାନା ଭାରପ୍ରାପ୍ତ ଥାନାଧିକାରୀ ଏସ୍‌ଆଇ ବାସୁଦେବ ଜୟସିଂହ, ଏସ୍‌ଆଇ ଭାଗ୍ୟଶ୍ରୀ ବେହେରା, ଏଏସଆଇ ଏସ୍‌‌କେ ମହାନ୍ତି, କନଷ୍ଟେବଳ ସମ୍ବିତ ମହାନ୍ତି, ପ୍ରଦୀପ ହରିଚନ୍ଦନ, ହାବିଲଦାର ବି.କେ. ପ୍ରତାପସିଂହ, ଓଏପିଏଫ୍ ଆର୍.କେ ପ୍ରଧାନ, ବି.କେ କହ୍ନାର, ଏମ୍‌ଆର ପ୍ରଧାନଙ୍କୁ ନେଇ ଗଠିତ ଟିମ୍ ଅଚାନକ ଚଢାଉ କରିଥିଲେ। ଏସ୍‌ଆଇ ଭାଗ୍ୟଶ୍ରୀଙ୍କ ସୂଚନା ଆଧାରରେ ଥାନାରେ ଏନ୍‌ଡିପିଏସ ଆଇନ ୨୧(ସି) /୨୯/୨୫ ଅସ୍ତ୍ରଶସ୍ତ୍ର ଆଇନ ବଳରେ ଏକ ମାମଲା (ନଂ. ୧୯୪/୨୫) ରୁଜୁ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031