Indus Valley Times

କୁଠୀ ଯୋର ଉପରେ ୫ ଫୁଟ ପାଣି,ମନ୍ଥର ଗତିରେ ଚାଲିଛି କାମ

 Breaking News

କୁଠୀ ଯୋର ଉପରେ ୫ ଫୁଟ ପାଣି,ମନ୍ଥର ଗତିରେ ଚାଲିଛି କାମ

August 07
17:31 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୭/୮ : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା – ଲଛିପୁର ରାସ୍ତାର ହରଭଙ୍ଗା ଓ ଡୁଙ୍ଗୁରିପାଲି ମାଧ୍ୟ୍ୟରେ ଥିବା କୋଠିଯୋର ପୋଲ ଉପରେ ସୋମବାର ରାତିରୁ ୪ରୁ ୫ ଫୁଟ ଉଚ୍ଚରେ ବର୍ଷାପାଣି ପ୍ରବାହିତ ହେଉଛି ।ଫଳରେ ଯାତାୟାତ ଠପ ହୋଇଛି ।
ଲଗାଣ ବର୍ଷାରେ ଅଙ୍ଗନଦୀ ଫୁଲୁଥିବାରୁ,ପୁଣି ଏହି ପୋଲ କମ ଉଚ୍ଚରେ ହୋଇଥିବାରୁ ପୋଲ ବୁଡ଼ିଯାଇଥିବା ଦେଖାଯାଇଛି ।ଏହି ପୋଲ ପାଇଁ କୁଟାସିଂହା, କଣ୍ଟା ପାଲି,ତେନ୍ତୁଳି ଗାଁ, ବାଲ୍ ପୁର, ଗାଁ ଲୋକ ମାନେ ସାଲେଭଟା ମୁଖ୍ୟ ରାସ୍ତା କୁ ଯିବା ଆସିବା କରି ପାରୁ ନାହାନ୍ତି।ସ୍କୁଲ,କଲେଜ ମଧ୍ୟ ବନ୍ଧ ରହିଛି।ଏଠାରେ ସୂଚନାଯୋଗ୍ୟ ଯେ ଏହି କୋଠିଯୋର ଉପରେ ୨୦୨୨ ମସିହାରୁ ଚାଲିଥିବା ବିଜୁସେତୁର ନିର୍ମାଣକାର୍ଯ୍ୟ ଜାନୁୟାରୀ ୨୦୨୪ରେ ଶେଷ ହେବାର ଥିଲା ।
କିନ୍ତୁ ତାହା ଏ ପର୍ଯ୍ୟନ୍ତ ସରିନଥିବାରୁ ଅଂଚଳ ର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁକରି ଏଥିପ୍ରତି ଭିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହଉଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031