Indus Valley Times

ଚଳନ୍ତା ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀଯୁଗଳ, ନାବାଳିକାକଙ୍କ ମୃତ୍ୟୁ, ମେଡିକାଲରେ ଯୁବକ

 Breaking News

ଚଳନ୍ତା ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀଯୁଗଳ, ନାବାଳିକାକଙ୍କ ମୃତ୍ୟୁ, ମେଡିକାଲରେ ଯୁବକ

ଚଳନ୍ତା ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀଯୁଗଳ, ନାବାଳିକାକଙ୍କ ମୃତ୍ୟୁ, ମେଡିକାଲରେ ଯୁବକ
August 20
18:55 2024

କଳାହାଣ୍ଡି, ୨୦/୮ : ପ୍ରେମକୁ ମିଳିଲାନି ସ୍ୱୀକୃତି। ତେଣୁ ଚରମ ନିଷ୍ପତ୍ତି ନେଲେ ପ୍ରେମିକ ଓ ପ୍ରେମିକ। ଟ୍ରେନ୍ ଲାଇନ୍‌କୁ ଡେଇଁ ପଡ଼ିଲେ। ଘଟଣା ସ୍ଥଳରେ ନାବାଳିକା ପ୍ରେମିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରେନ୍‌ର ଲୋକ ପାଇଲଟ୍ ଗୁରୁତର ଆହତ ହୋଇଥିବା ପ୍ରେମିକଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ଆଜି ମଧ୍ୟାହ୍ନରେ ଏପରି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।
କେସିଙ୍ଗା ବ୍ଲକ୍ ବିନେକେଲା ଗାଁର ଘନଶ୍ୟାମ ବାଗ ଦଶମ ଶ୍ରେଣୀରେ ପଢ଼ୁଥିବା ଦୀପା(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ଦୀପା ମଧ୍ୟ ଘନଙ୍କୁ ଭଲ ପାଉଥିଲେ। ହେଲେ ଉଭୟଙ୍କ ପ୍ରେମକୁ ପରିବାର ଲୋକଙ୍କ ସ୍ୱୀକୃତି ମିଳୁନଥିଲା। ଦୁଇ ପରିବାର ସେମାନଙ୍କ ଭଲ ପାଇବାକୁ ଗ୍ରହଣ କରୁଥିଲେ। ଏପରିକି ଭେଟିବାକୁ ବାରଣ କରୁଥିଲେ। ଯେଉଁଥିପାଇଁ ଦୁଇ ପ୍ରେମପକ୍ଷୀ ଚିନ୍ତାରେ ପଡ଼ିଥିଲେ। ଆଉ ନେଇଥିଲେ ଚରମ ନିଷ୍ପତ୍ତି।
ସ୍କୁଲ ଯିବା ବାହାନାରେ ଆଜି ଦୀପା ଘରୁ ବାହାରିଥିଲେ। ହେଲେ ସେ ସ୍କୁଲ ଯିବା ପରିବର୍ତ୍ତେ ଘନଶ୍ୟାମଙ୍କ ପାଖକୁ ଯାଇଥିଲେ। ତା’ପରେ ଉଭୟ ତେଲ ନଦୀ ବ୍ରିଜ୍ ଦେଇ ଯାଇଥିବା ଟ୍ରେନ୍ ଲାଇନ୍‌କୁ ଚାଲି ଯାଇଥିଲେ। ଠିକ୍ ସେହି ସମୟରେ ଏକ ମାଲବାହୀ ଟ୍ରେନ୍ କେସିଙ୍ଗାରୁ ଟିଟିଲାଗଡ଼ ଅଭିମୁଖେ ଆସୁଥିବା ଦେଖି ଉଭୟ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଯାହାଫଳରେ ଘଟଣାସ୍ଥଳରେ ଦୀପାଙ୍କର ମୃତ୍ୟୁ ଘଟିଥିଲା। ଆଉ ଘନଶ୍ୟାମ ଗୁରୁତର ଆହତ ହୋଇ ଟ୍ରାକ୍ ପାର୍ଶ୍ୱରେ ପଡ଼ିଥିଲେ। ଲୋକ ପାଇଲଟ୍ ଟ୍ରେନ୍ ଅଟକାଇ ଟ୍ରାକ୍ ପାର୍ଶ୍ୱରେ ଗୁରୁତର ହୋଇ ପଡ଼ିଥିବା ଘନଶ୍ୟାମଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।
ଘନଶ୍ୟାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ନେଇ ଲୋକପାଇଲଟ୍ ଜିଆର୍‌ପି ଥାନାକୁ ଜଣାଇଛନ୍ତି। ଜିଆର୍‌ପି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031