Indus Valley Times

ସୁପରିଚାଳିତ ଓ ସୁସଜ୍ଜିତ ଆଦିବାସୀ ଆଶ୍ରମସ୍କୁଲ୍

 Breaking News

ସୁପରିଚାଳିତ ଓ ସୁସଜ୍ଜିତ ଆଦିବାସୀ ଆଶ୍ରମସ୍କୁଲ୍

August 23
17:32 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ସୋନପୁର, ୨୩/୮ : ସୁବର୍ଣ୍ଣପୁର ଜିଲ୍ଲାର ଏମୁଣ୍ଡ ଓ ସେମୁଣ୍ଡର ଦୁଇଟି ଅଭ୍ୟନ୍ତର ଅଞ୍ଚଳର ଆଦିବାସୀ କଲ୍ୟାଣ ବିଭାଗର ଆଶ୍ରମସ୍କୁଲ୍ ଏତେ ବ୍ୟବସ୍ଥିତ ଓ ସୁସଜ୍ଜିତ ଯେ ଆଖିରେ ନ ଦେଖିଲେ ଜଣେ ବିଶ୍ବାସ କରିପାରିବ ନାହିଁ।ସ୍କୁଲ୍ ଭିତରର ଲନ୍,ବଗିଚା,ପରିବେଶ, ଶ୍ରେଣୀ କୋଠରୀ,ପିଲାଙ୍କ ଖାଦ୍ୟପେୟ,ଶିକ୍ଷାଦାନରୁ ଶୃଙ୍ଖଳା ପର୍ଯ୍ୟନ୍ତ ସବୁକିଛି।ଅନ୍ୟ ସ୍କୁଲ୍ ଗୁଡିକ ଏହା ଅନୁକରଣୀୟ।
ଏହାର ଶ୍ରେୟ ନିଶ୍ଚିତ ଭାବରେ ଲର ପ୍ରଧାନ ସେବକ ବା ପ୍ରଧାନଶିକ୍ଷକ,ସମସ୍ତ ଶିକ୍ଷକ,କର୍ମଚାରୀ,କମିଟି,ଗ୍ରାମବାସୀ ଓ ଜିଲ୍ଲା ଅଧିକାରୀଙ୍କର।
ସୋନପୁର ବ୍ଲକ୍ ର ଲଛିପୁର ନିକଟବର୍ତ୍ତୀ ଅସୁରମୁଣ୍ଡା ଗ୍ରାମରେ ରହିଛି ଆଦିବାସୀ କଲ୍ୟାଣ ବିଭାଗର ଏହି ନନ୍ଦନକାନନ ଭଳି ସୁସଜ୍ଜିତ ଆଶ୍ରମସ୍କୁଲ୍।ଏହାର ପ୍ରଧାନ ଶିକ୍ଷକ ଅଛନ୍ତି ବୃନ୍ଦାବନ ବଢେଇ।ସେ ଗତ ୩୦। ୯ ।
୨୦୦୬ରୁ ୧୩ । ୧ । ୨୦୧୨ ପର‌୍ୟ୍ୟନ୍ତ ଏଠାରେ ଏହି ଦାୟିତ୍ୱରେ ଥିଲେ ଓ ଏବେ ଦ୍ବିତୀୟବାର ଗତ ୧ । ୮ । ୨୦୧୨ରୁ ଅଛନ୍ତି।ସ୍କୁଲ୍ ର ଛାତ୍ରଛାତ୍ରୀଙ୍କ ମୋଟ ସଂଖ୍ୟା ୩୪୫ ଓ ୪ ଟି ହଷ୍ଟେଲ ( ୪୦ ଆସନର ବାଳିକା,୧୦୦ ଅନୁସୂଚୀତ ଜାତିର ବାଳିକା,୧୦୦ ଅନୁସୂଚିତ ଜନଜାତିର ବାଳିକା ଓ ୧୦୦ ଅନୁସୂଚିତ ଜନଜାତିର ବାଳକ ) ଏମିତି ମିଶି ମୋଟ ୨୬୮ ଛାତ୍ରଛାତ୍ରୀ ଅନ୍ତେବାସୀ ଅଛନ୍ତି ।
୭ଜଣ ସହକାରୀ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ୬ ଜଣ ରାନ୍ଧୁଣୀ ବା ସିସିଏ ଅଛନ୍ତି।ଗ୍ରାମର ମାଆ ଜଗଦମ୍ବା ଏସ୍ ଏଚ୍ ଜି ମଧ୍ୟାହ୍ନ ଭୋଜନର ଦାୟିତ୍ୱ ନେଇଛନ୍ତି।ଅଭିଭାବକ କମିଟିର ସଭାନେତ୍ରୀ ଅଛନ୍ତି ଗୌରୀ ନାଏକ।ସିସିଟିଭି ଲାଗିଛି।ପାନୀୟଜଳ ପାଇଁ ଆକ୍ବାଗାର୍ଡ ଅଛି, ପାଚେରୀ ଅଛି।ତେବେ ଏଠାରେ ଗୋଟିଏ ଅସୁବିଧା ଯେ ସ୍ଥାନାଭାବ ଯୋଗୁଁ ଖେଳପଡିଆ ନାହିଁ।ସ୍କୁଲ୍ ପରିବେଶ ଅତ୍ୟନ୍ତ ସୁସଜ୍ଜିତ। ଏଠାରେ ଅଶୋକଚକ୍ର ସ୍ଥାପନା ଏହାର ଗୁରୁତ୍ୱକୁ ଆହୁରି ବଢାଇ ଦେଇଛି।
ଏହି ବିଦ୍ୟାଳୟଟି ସୁବର୍ଣ୍ଣପୁର ଡି ଡବ୍ଲୁ ଓ ଅଚ୍ୟୁତାନନ୍ଦ ସିଂଙ୍କ ତତ୍ତ୍ବାବଧାନରେ ଚାଲିଛି ।ପଚାରିବାରୁ ଜଣାଗଲା ଏଡିଡବ୍ଲୁଓ ସଂଯୁକ୍ତା ମାଝି ଗତ ଜୁଲାଇ ୨୭ ତାରିଖରେ ଏଠାକୁ ଭିଜିଟ୍ କରିଥିଲେ ଓ ଡବ୍ଲୁଇଓ ସୌରଭ ଦାନୀ ପ୍ରତିମାସରେ ଆସନ୍ତି।ସ୍ବାସ୍ଥ୍ୟବିଭାଗର ଆର ବି ଏସକେ ଟିମ୍ ମଧ୍ୟ ନିୟମିତ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥାନ୍ତି।ଦୁଇଥର ଦାୟିତ୍ୱ ନେଇଥିବା ଜଣେ ଆଦିବାସୀ ପ୍ରଧାନସେବକଙ୍କ ନିଷ୍ଠା ଓ ଆନ୍ତରିକତା ଯୋଗୁଁ ଏସବୁ ସହିତ ପାଠପଢା ଓ ପରିଚାଳନାଗତ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ଏହି ଜିଲ୍ଲାର ଆରମୁଣ୍ଡରେ ଉଲୁଣ୍ଡା ବ୍ଲକ୍ ର ପାତାଳୀ ଶ୍ରୀକ୍ଷେତ୍ର ନିକଟସ୍ଥ ଖୁଣ୍ଟ ସମଲେଇ ପଞ୍ଚାୟତର କୁଞ୍ଜାମାଲ ଗ୍ରାମରେ ମଧ୍ୟ ରହିଛି ଏହିପରି ଆଉ ଏକ ସୁନ୍ଦର ସୁବ୍ୟବସ୍ଥିତ ଆଶ୍ରମସ୍କୁଲ୍।
ଏହାର ପ୍ରଧାନଶିକ୍ଷକ ଅଛନ୍ତି ସୁଧାଂଶୁ ଶେଖର ପଣ୍ଡା।ଏଠାରେ ୬ ଜଣ ଅତିଥି ଶିକ୍ଷକ ଓ ମାତ୍ର ୪ ଜଣ ସ୍ଥାୟୀ ଶିକ୍ଷକ ଅଛନ୍ତି।ତେବେ ୪ ଟି ହଷ୍ଟେଲରେ ମୋଟ ୪୧୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୪୭ ଅନ୍ତେବାସୀଙ୍କୁ ପ୍ରଧାନଶିକ୍ଷକଙ୍କ ସମେତ ୨ ଜଣ ମେଟ୍ରନ୍ ଓ ସିସିଏ ମାନେ ସମ୍ଭାଳିଛନ୍ତି।ଏଠାରେ ଅତିଥି ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ବଦଳରେ ସମସ୍ତ ସ୍ଥାୟୀ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ଦିଆଯିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରନ୍ତି।ତେବେ ସେ ଯା\’ହେଉ,ଏହି ସ୍କୁଲର ଉଚ୍ଚପାଚେରୀ,ଶ୍ରେଣୀକୋଠରୀ ଓ ହଷ୍ଟେଲ,ପରିବେଶ ଇତ୍ୟାଦି ସୁବ୍ୟବସ୍ଥିତ ଓ ସୁସଜ୍ଜିତ।ସର୍ବୋପରି ସୁବର୍ଣ୍ଣପୁର ଜିଲ୍ଲାର ଆଦିବାସୀ କଲ୍ୟାଣ ବିଭାଗର ଏଇ ଦୁଇଟି ଆଶ୍ରମସ୍କୁଲ୍ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାର ଉକ୍ତ ବିଭାଗର ଆଶ୍ରମସ୍କୁଲ୍ ଠାରୁ ଯଥେଷ୍ଟ ଉନ୍ନତ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031