Indus Valley Times

ଆମ ଓଡିଶା ନବୀନ ଓଡିଶାର ବାକି କାମ ପୁଣି ଆରମ୍ଭ ହେବ : ପଞ୍ଚାୟତିରାଜ ମନ୍ତ୍ରୀ

 Breaking News

ଆମ ଓଡିଶା ନବୀନ ଓଡିଶାର ବାକି କାମ ପୁଣି ଆରମ୍ଭ ହେବ : ପଞ୍ଚାୟତିରାଜ ମନ୍ତ୍ରୀ

September 03
13:56 2024

ଭୁବନେଶ୍ବର, ୩/୯ : ‘ଆମ ଓଡ଼ିଶା ନବୀନ ଓଡିଶା’ରେ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା। ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି। ବାକି କିଛି କାମ ଚାଲୁଛି।
କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ। ଆଜି ବିଧାନସଭାରେ ଏକଥା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।
ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହୋଇଛି, ସେଥିରେ କିଛି ତଥ୍ୟ ବ୍ଲକ ଓ ପଞ୍ଚାୟତ ଲେବୁଲରେ ତାହା ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇ ନାହିଁ।
ଖୁବ୍ ଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ। ଆମ ଓଡ଼ିଶା ନବୀନ ଓଡ଼ିଶା ବଜେଟର ୮୦ ପ୍ରତିଶତ ଅର୍ଥ ଡିଆରଡିଏ ରହିଛି।
ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହେଇଛି ତାହାର ଅନୁଦାନ ନିଶ୍ଚିତ ଭାବେ ଦିଆଯିବ। ସେଥିରେ କୌଣସି ସନ୍ଦେହ ନାହିଁ। ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ବୁଲାଇବା ଓ କୀର୍ତ୍ତନ ମଣ୍ଡଳୀ ବୁଲାଇବା କାରଣରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଅନେକ ଟଙ୍କା ସେଥିରେ ଲାଗିଥିଲା।
ଯେଉଁଥିପାଇଁ ବିକାଶମୂଳକ କାର‌୍ୟ୍ୟ ପାଇଁ ଟଙ୍କାର ଅଭାବ ଦେଖା ଦେଇଥିବ। ତେଣୁ ଆମେ ତା ପାଇଁ ପଦକ୍ଷେପ ନେବାକୁ ଯାଉଛୁ।
ମନରେଗାରେ ବ୍ୟାପକ ବାଟମାରଣା ହେଉଛି। ବଡ଼ ବଡ଼ ଲୋକଙ୍କ ନାଁ ରେ ଜବ କାର୍ଡ ରହୁଛି। ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି। କାମ କରୁଥିବା ଲୋକ ଟଙ୍କା ପାଉ ନାହାନ୍ତି। ତେଣୁ ଆମେ ଯୋଜନା କରୁଛୁ। ଏହାକୁ ବନ୍ଦ କରି ଆଗକୁ ଓଡ଼ିଶାକୁ ଦାଦନ ମୁକ୍ତ କରିବୁ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31