Indus Valley Times

ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର

 Breaking News

ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର

September 04
10:53 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୯ : ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ଵୀରନସିଂହପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆର୍ଥିକ ସ୍ୱାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ତା. ୦୩/୦୯/୨୦୨୪ ରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଭାରପ୍ରାପ୍ତ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ଶ୍ରୀ ଭଗବାନ ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଶ୍ରୀ Don Bosco T.LDM Boudh, ମୁଖ୍ୟ ବକ୍ତା ଶ୍ରୀ ପୂର୍ଣ୍ଣଚନ୍ଦ୍ର ଅଗ୍ରୱାଲ, Financial Literacy Coordinatior, ସହବକ୍ତା ଭାବରେ ଶ୍ରୀ ସୁଶାନ୍ତ ପଟ୍ଟନାୟକ, ବୌଦ୍ଧ ଉପଖଣ୍ଡ ଡାକ ପରିଦର୍ଶକ ସମ୍ମାନିତ ଅତିଥି ଭାବରେ ଶ୍ରୀ ରାଜେନ୍ଦ୍ର ନାରାୟଣ ଭୋଇ, ଵୀରନସିଂହପୁର ଉପଡାକ ଘର ପୋଷ୍ଟ ମାଷ୍ଟର ଏବଂ ଶ୍ରୀମତୀ ଚନ୍ଦନା ବେହେରା, ସରପଞ୍ଚ ବୀରନସିଂହପୁର ଗ୍ରାମପଞ୍ଚାୟତ ପ୍ରମୁଖ ମଞ୍ଚାସିନ ହୋଇ ନିଜର କଷ୍ଟଲବ୍ଧି ଧନକୁ କିପରି ଡାକ ଘର କିମ୍ବା ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ମାନଙ୍କରେ ଜମାରଖି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । ତା ନହେଲେ ଚିଟଫଣ୍ଡ କମ୍ପାନୀ ମାନଙ୍କ ପ୍ରଲୋଭନ ରେ ପଡି ଅଧିକ ସୁଧ ଆଶାରେ ମୂଳ ଟଙ୍କା ହରାଇବାକୁ ପଡିବ ବଲି ସତର୍କ କରାଇଦେଇଥିଲେ ।
ସଭା ପ୍ରାରମ୍ଭରେ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ଭଗବାନ ଜାନୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ତାଙ୍କର ବହୁମୂଲ୍ୟ ଅବିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ପେନସନଧାରୀ, ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହାକୁ ଶ୍ରୀ ଜାନୀ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930