Indus Valley Times

ଜଗତଜନନୀଙ୍କ ନବରାତ୍ର ପୂଜା, ଦ୍ୱିତୀୟ ଦିନରେ ପ୍ରବଳ ଗହଳି

 Breaking News

ଜଗତଜନନୀଙ୍କ ନବରାତ୍ର ପୂଜା, ଦ୍ୱିତୀୟ ଦିନରେ ପ୍ରବଳ ଗହଳି

ଜଗତଜନନୀଙ୍କ ନବରାତ୍ର ପୂଜା, ଦ୍ୱିତୀୟ ଦିନରେ ପ୍ରବଳ ଗହଳି
October 04
22:46 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୪/୧୦: ମାଆ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା\’ ପାଟଖଣ୍ଡା, ମା\’ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ନବରାତ୍ର ପୂଜା ଚାଲିଛି କ୍ଷ ଶୁକ୍ରବାର ଦ୍ୱିତୀୟ ଦିନରେ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଛି । ସେଥିପାଇଁ ସମଗ୍ର ବାଲିଗୁଡା ହୋଇ ଉଠିଛି ଚଳଚଞ୍ଚଳ ।
ବିଶ୍ଵାସ ଅଛି ମା\’ଙ୍କୁ ଦର୍ଶନ କଲେ ମନର ମାନସିକ ପୂରଣ ହୋଇଥାଏ । ଆଜି ନବରାତ୍ରର ଦ୍ୱିତୀୟ ଦିନରେ ମାଆଙ୍କ ଦର୍ଶନ କରିବାକୁ ଧାଇଁ ଆସିଛନ୍ତି ଭକ୍ତ ।
ରାସ୍ତାର ଦୁଇ ପାର୍ଶ୍ଵ ରେ ଥିବା ମା\’ପାଟଖଣ୍ଡା ଦୁର୍ଗାପୂଜା ସମିତିର ମାର୍କେଟର ଆରମ୍ଭ ଓ ଶେଷରେ ଶ୍ରୀରାମ ମନ୍ଦିର ତୋରଣ ସବୁଠାରୁ ଆକର୍ଷଣୀୟ ହୋଇପାରିଛି, ସେହିପରି ମା\’ବରାଳ ଦେବୀ ମନ୍ଦିର ପରିଚାଳନା କମିଟି ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ମଧ୍ୟ ପ୍ରବେଶ ପଥ ଓ ପ୍ରସ୍ଥାନ ପଥରେ ସୁସଜ୍ଜିତ ତୋରଣ ମନଲୋଭା ହୋଇପାରିଛି କ୍ଷ ଦଶହରା ଶେଷ ପର୍ଯ୍ୟନ୍ତ ଗହଳି ହେଉଥିବା ଦୃଷ୍ଟିରୁ ବାଲିଗୁଡା ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ପୁଲିସ ମୁତୟନ କରାଯାଇ କଡା ପହରା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଗଞ୍ଜେଇ ଚାଷ କୁ ଆପଣାଇଲେଣି ପରିବା ଚାଷୀ : କଲବଲ କଲାଣି ବଜାର ଦର, ୮୦ ଉପରେ ସବୁ ପରିବା
ବାଲିଗୁଡା, ୪/୧୦ : ପୁଣି କଲବଲ କଲାଣି ପରିବା ଦର । ଆଳୁ ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ପରିବା କିଲା ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି।
କୌଣସି କଞ୍ଚା ପରିବାରେ ହାତ ମାରି ହେଉନାହିଁ । ଅଧିକାଂଶ ପରିବାର ଦର କିଲୋ ପିଛା ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି। ଯାହା ଖାଉଟିଙ୍କ ଚିନ୍ତାର କାରଣ ହୋଇଛି। ଆଳୁ କିଲୋ ୩୫ଟଙ୍କାରୁ ତଳକୁ ଖସୁନଥିବା ବେଳେ ପିଆଜ ୭୦ଟଙ୍କାରୁ ତଳକୁ ଆସୁନି। ସେହିଭଳି ବାଇଗଣ ଦୀର୍ଘ ଦିନ ଧରି ୬୦ ଟଙ୍କା ଉପରେ ରହିଛି। ଟମାଟୋ ମଧ୍ୟ ୮୦ ତଳକୁ ଖସୁନି କାଙ୍କଡ଼ କେଜି ୧୦୦, ଭେଣ୍ଡି ୬୦-୮୦ ଟଙ୍କାରେ ବିକ୍ରି ହେଉଛି।
ସେହିପରି ପୋଟଳ ୮୦ ଟଙ୍କା, କଲରା କେଜି ୮୫, ଝୁଡଙ୍ଗ ୯୦ ଏବଂ ବିନ୍ ୮୦ ଟଙ୍କାରେ ପହଞ୍ଚିଛି। ଶିମଲା ଲଙ୍କା ୧୯୦-୨୦୦ ଟଙ୍କା, ଗାଜର ୧୨୦ ଟଙ୍କା ରହିଛି। ବ୍ୟବସାୟୀ ମାନେ କହୁଛନ୍ତି ଯେ ରାଜ୍ୟରେ ଶୀତଦିନିଆ ଚାଷ ଭଲ ହେଲାନାହିଁ। ପରବର୍ତ୍ତୀ ସମୟରେ ବର୍ଷା ଦିନିଆ ଫସଲର ସ୍ଥିତି ମଧ୍ୟ ଏତେ ଭଲ ନାହିଁ। ପ୍ରାୟ ସବୁ ପନି ପରିବା ଚାଷୀ ବର୍ତ୍ତମାନ ଗଞ୍ଜେଇ ଚାଷକୁ ଆପଣଇଥିବାରୁ ଏହି ଅଞ୍ଚଳର ପନି ପରିବା ଆଉ ପୂର୍ବ ଭଳି ଆଦାୟ ହେଉନାହିଁ ।
ଯାହା କିଛି ପନି ପରିବା ପାଇଁ ପଡୋଶୀ ଜିଲ୍ଲା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଦର ନିୟନ୍ତ୍ରଣ ଭିତରେ ରହୁନାହିଁ। ସେଠିକାର ମାର୍କେଟ୍‌ରେ ଯାହା ଦରଦାମ୍ ରହୁଛି, ଏଠି ପରିବହନ ଓ ପରିବହନଜନିତ କ୍ଷୟକ୍ଷତି ମିଶିଲେ ଦର ଆକାଶଛୁଆଁ ହୋଇଯାଉଛି।
ଆଉ କେତେକ ବ୍ୟବସାୟୀଙ୍କ କହିବା ଅନୁସାରେ ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁଁ ବଜାରକୁ ଆସିନି। ତେଣୁ ଟମାଟୋ ପାଇଁ ନାସିକ୍‌, ବେଙ୍ଗାଲୁରୁ, ରାୟପୁର ଉପରେ ନିର୍ଭର କରିବାକୁ ପଡ଼ୁଛି। ସେଠି ଯାହା ଦାମ୍ ରହୁଛି, ସେହି ଅନୁସାରେ ଆମର ଦାମ୍ ରହୁଛି। ତଥାପି ପୂର୍ବାପେକ୍ଷା ଟମାଟୋ ଦର ସାମାନ୍ୟ କମ୍ ରହିଛି।
ସେହିଭଳି ଅଧିକାଂଶ ପୋଟଳ ଏବେ କଲିକତାରୁ ଆମଦାନୀ ହେଉଛି। ସେହି ପୋଟଳର ଦାମ୍ ସାମାନ୍ୟ କମ୍ ଥିବାବେଳେ ଦେଶୀ ପୋଟଳରେ ହାତ ମାରିହେଉନି। ଆମର ଆଞ୍ଚଳିକ ପରିବା ଆମଦାନୀ ହେଉଥିଲେ ହେଁ ତାହା ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେଉନି। ସେହିଭଳି ଅନ୍ୟ ସମସ୍ତ ପରିବା ମଧ୍ୟ ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ଦର ହ୍ରାସ ପାଉନି।
ଶୀତ ଦିନେ ଅଦିନିଆ ବର୍ଷା ଫସଲ ନଷ୍ଟ କରିଦେଲା। ବର୍ଷା ଆରମ୍ଭରୁ ନିୟମିତ ବର୍ଷା ହେଲାନି। ଫଳରେ ଆଗୁଆ ଚାଷ କରିଥିବା ଚାଷୀ ହତାଶ ହେଲେ। ତା’ପରେ ଲଗାଣ ବର୍ଷା ଓ ଦୀର୍ଘ ଦିନ ପାଣି ଜମି ରହିବା କାରଣରୁ ଫସଲ ମୂଳ ସବୁ ପଚି ନଷ୍ଟ ହୋଇଗଲା।
ଏସବୁ ସମସ୍ୟା ପାଇଁ ଆମର ଏହି ଅଞ୍ଚଳରେ ଯାହା କିଛି ଆଦାୟ ପରିବା ଉତ୍ପାଦନ ବାଧାପ୍ରାପ୍ତ ହେଲା। ତେଣୁ ଦାମ୍ ନିୟନ୍ତ୍ରଣକୁ ଆସୁନି।
ଏହି ଦରବୃଦ୍ଧି ନୂଆ ପରିବା ଉତ୍ପାଦନ ହେବା ପର୍ଯ୍ୟନ୍ତ ଲାଗିରହିବ ବୋଲି ପରିବା ବ୍ୟବସାୟୀ ମାନେ କହିଛନ୍ତି। ପଶ୍ଚିମବଙ୍ଗରୁ ଏହି ଅଞ୍ଚଳକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆମଦାନୀ ହେଉଛି। ପୂର୍ବରୁ ଯେମିତି ଆଳୁ ଆସୁଥିଲା, ଏବେ ଆସୁଛି। ହେଲେ ଦୁଃଖର ବିଷୟ ପାଇକାରୀ କିଲୋ ପିଛା ଦାମ୍ ୨୦ରୁ ୨୨ ଭିତରେ ରହୁଥିବା ବେଳେ ଖୁଚୁରା ବଜାର ଦାମ୍ କିନ୍ତୁ ୩୫ ଟଙ୍କାରୁ ତଳକୁ ଖସୁନି।
ସେହିଭଳି ପିଆଜ କିଲୋ ପିଛା ପାଇକାରୀ ଦାମ୍ ୪୫ରୁ ୪୮ ଟଙ୍କା ରହୁଥିବାବେଳେ ଖୁଚୁରା ବଜାରରେ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ଦାମ୍ ବଢ଼ିବା ପ୍ରତିଯୋଗିତା ରୁ ବାଦ୍ ପଡ଼ୁନାହାନ୍ତି ରସୁଣ ଓ ଅଦା।
ରସୁଣ କିଲୋ ୨୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଦା କିଲୋ ୧୧୦ ଟଙ୍କାରେ ବିକ୍ରି ହେଉଛି। ଖାଇବା ତେଲ ଓ ଡାଲି ଦାମ୍ ବି ବଢ଼ୁଛି। ଖାଇବା ତେଲ ଦାମ୍ ଲିଟର ପିଛା ୧୨୫ ଟଙ୍କାରେ ପହଞ୍ଚିଲାଣି।
ଏହି ତେଲ ୮ ଦିନ ତଳେ ୧୧୦ ଟଙ୍କା ଥିବାବେଳେ ଗୋଟିଏ ସପ୍ତାହ ଭିତରେ ବଢ଼ି ୧୨୫ ଟଙ୍କାରେ ବିକ୍ରି ହେଉଛି। ହରଡ଼ ଡାଲି କିଲୋ ୧୬୦ ଟଙ୍କାରେ ପହଞ୍ଚିଲାଣି। ଆଉ କେତେ ଦିନ ଭିତରେ ଏହା ୨ଶହ ଛୁଇଁବ ବୋଲି ବ୍ୟବସାୟୀ ମହଲରେ ଆକନଳ ହେଲାଣି। ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ନିୟନ୍ତ୍ରଣରେ ସରକାର ପଦକ୍ଷେପ ନ ନେଲେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ବାଲିଗୁଡା ବିଜେପି ପକ୍ଷରୁ ଅଧିବକ୍ତା ସଦସ୍ୟତା ଅଭିଯାନ
ବାଲିଗୁଡା ,୪/୧୦: ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ବିଶେଷ ସଦସ୍ୟତା ଅଭିଯାନ ମାଧ୍ୟମରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଅଧିବକ୍ତା ମାନଙ୍କୁ ନେଇ ଏକ ସ୍ଵତନ୍ତ ସଦସ୍ୟତା ଅଭିଯାନ ଅଧିବକ୍ତା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ଅଧିବକ୍ତା କ୍ଷମା ସାଗର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବିଶେଷ ସଦସ୍ୟତା ଦିବସ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏହି ସଦସ୍ୟତା ଅଭିଯାନ ରେ ଅଧିବକ୍ତା ମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିବକ୍ତା କ୍ଷମା ସଗାର ପ୍ରଧାନ ସମେତ ନାରାୟଣ ଚୌଧୁରୀ ,ଅନିଲ କୁମାର ଦାସ ,ରବୀନ ଚନ୍ଦ୍ର ସାହୁ , ସୁରେଶ ପଟ୍ଟନାୟକ ,ସୁବ୍ରତ କୁମାର ପ୍ରଧାନ ,ନିମାଇଁ ସାହାଣି ,ଅନିଲ କୁମାର ଲେଙ୍କା, ଜଗଦୀଶ ସାମନ୍ତରାୟ, ବି.ଶ୍ରୀକାନ୍ତ ,ରମାକାନ୍ତ ସାହୁ ,ମଦନ ମୋହନ ପ୍ରଧାନ ସମେତ ୩୦ ଜଣ ଅଧିବକ୍ତା ଉପସ୍ଥିତ ରହି ସଦସ୍ୟତା ହୋଇଥିଲେ ।
ସଦସ୍ୟତା ଗ୍ରହଣ କରିଥିବାରୁ ସମସ୍ତ ଅଧିବକ୍ତାଙ୍କୁ କ୍ଷମାସାଗର ପ୍ରଧାନ ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେବର୍ଷ ପୂର୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମସ୍ତଙ୍କ ସହଭାଗିତା ରହିବା ଆବଶ୍ୟକ ବୋଲି କହିଥିଲେ । ଭାରତୀୟ ଜନତା ପାର୍ଟିର ନୂତନ ସଦସ୍ୟତା ଗ୍ରହଣ କରିଥିବା ଅଧିବକ୍ତା ମାନଙ୍କୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଧନ୍ୟବାଦ ପ୍ରଦାନ କରିବା ସହ ସ୍ଵାଗତ ଜଣାଇଛନ୍ତି ।
ଦୁଇ ଚୋର ଗିରଫ,ଅଳଙ୍କାରଜବତ
ବାଲିଗୁଡା,୪/୧୦: ବାଲିଗୁଡା ପୋଲିସ ଆଉ ଏକ ସଫଳତା ମିଳିଛି । ଗତ ଦୁଇଦି ଚୋରି ହୋଇଥିବା ସାମଗ୍ରୀ ମିଳିବା ସହ ଚୋରଙ୍କୁ ଗିରଫ କରି କୋର୍ଟଚାଲାଣ କରିବାରେ ସଫଳ ହୋଇଛି ବାଲିଗୁଡାପୋଲିସ ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରୀ କମଳକାନ୍ତ ପଣ୍ଡା ।
ସୁଚନା ପ୍ରକାରେ ବାଲିଗୁଡା ଋତୁଙ୍ଗିଆ ଗ୍ରାମରେ ବସନ୍ତ କୁମାର ପାତ୍ରଙ୍କ ତେଜରାତି ଦୋକାନରୁ ଗତ ୧ତାରିଖ ରାତିରେ ତାଙ୍କ ଦୋକାନ କବାଟ ଭାଙ୍ଗି ଦୋକାନରୁ ନଗଦ ଆଠହଜାରଟଙ୍କାସୁନାରୁପା ଅଳଙ୍କାର ଚୋରି କରି ନେଇଥିଲା ଏହାକୁ ନେଇ ବସନ୍ତ ପାତ୍ର ବାଲିଗୁଡା ଥାନାରେ ଗତ ୨ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଏହାପରେ ବାଲଗୁଡା ପୋଲିସ କେଶନମ୍ବର ୨୪୨/୨୪ମାମଲାରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ।
ଏହାପରେ ଦୁଇଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଛନ୍ତି ,ଗିରଫ ଦୁଇବ୍ୟକ୍ତି ହେଲେ ଜଲା ଭୋଇ(୨୮) କଳାହାଣ୍ଡି ଜିଲ୍ଲାର ମାଟିଆ ଗ୍ରାମ ୟାଙ୍କ ନାମରେ ପୁର୍ବରୁଟିଟିଲାଗଡ ଓ କଣ୍ଟାବାଂଜି ଥାନାରେ କେଶ ରହିଛି ଆଉ ଜଣେ ଜଳାନ୍ଦର ଭୋଇ(୩୨) ବଲାଙ୍ଗିର ଜିଲ୍ଲାର ବାଛାଜୁଝା ଗ୍ରାମର ୟାଙ୍କ ନାମରେ ପୁର୍ବରୁ ଟିଟିଲାଗଡ,କେଶିଙ୍ଗା ଥାନା ଓ କଣ୍ଟାବାଂଜି ଥାନାରେପାଂଚଟି ମାମଲାରହିଛି ଓ ଆଉ ଜଣେ ଫେରାର ଅଛି ଏମାନଙ୍କ ଠାରୁ ଗୋଟିଏ ମୋଟରସାଇକେଲ,ଦୁଇଟି ସୁନା ମାଳି,ତିନିହଳ ସୁନା କାନର,୫୦୦ଗ୍ରାମ ରୁପାଅଳଙ୍କାର,୫୭୯୫ଟଙ୍କା ଓ ଖୁଚୁରା ଟଙ୍କା ୧୫୦୦ ଏବଂ ତିନି ଗୋଟି ଲୁହା ରଡ ସହ ତିନି ଗୋଟି ମୋବାଇଲ ଜବତ ହୋଇଛି ।
ସୁନା,ରୁପାଅଳଙ୍କାର ଏବଂ ଟଙ୍କା ଅଭିଯୋଗକାରିଙ୍କ ଠାରୁ ଚୋରି କରିଥିଲେ ଏବଂ ଅଭିଯୋଗକାରୀ ତାଙ୍କର ଏହି ଜବତସାମଗ୍ରୀ ଚିହ୍ନିପାରିଛନ୍ତି ବୋଲି ସୁଚନାଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ବାଲିଗୁଡା କୋର୍ଟକୁ ଚାଲାଣ କରାଯାଇଥିବା ପୋଲିସ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସମେତ ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031