Indus Valley Times

ବାତ୍ୟାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସବୁ ସ୍କୁଲ-କଲେଜ ଛୁଟି

 Breaking News

ବାତ୍ୟାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସବୁ ସ୍କୁଲ-କଲେଜ ଛୁଟି

ବାତ୍ୟାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସବୁ ସ୍କୁଲ-କଲେଜ ଛୁଟି
October 26
17:05 2025

ଓଡ଼଼ିଶା, ୨୬/୧୦ : ମାଡି ଆସୁଛି ସାମୁଦ୍ରିକ ଝଡ ମୋନ୍ଥା। ଏହାର ପ୍ରଭାବରେ ୨୮ ଏବଂ ୨୯ ତାରିଖରେ ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରେ ମାଲକାନଗିରି ଓ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ତେବେ ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଗଜପତି ଜିଲ୍ଲା ପ୍ରଶାସନ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ମଧୁମିତା।
ବାତ୍ୟା ମୋନ୍ଥା ଆନ୍ଧ୍ର ପ୍ରଦେଶର ମଛିଲିପାଟଣା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନର ବହିବାର ସମ୍ଭାବନା ଥିବାରୁ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ କୁହାଯାଇଛି।
ସମ୍ଭାବ୍ୟ ବାତ୍ୟା ନେଇ ଗଜପତିରେ କାଲି ଠାରୁ ୪ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ବାତ୍ୟା ଭୟରେ ଗଜପତି ଜିଲ୍ଲାରେ ଚାଷୀ ତରବାରୀଆ ଭାବରେ ଧାନ ଅମଳ କରୁଥିବା ଦେଖିବାକୁ ମିଳିଛି।
ସେହିପରି ବାତ୍ୟା ପ୍ରଭାବରେ ରାୟଗଡା ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି।
ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଯେଉଁ ମାନେ ଛୁଟିରେ ରହିଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ବିଶେଷ କରି ଜିଲ୍ଲାର ନିୟମଗିରି,ଗୁମାଘାଟି ଓ ପୁଟାସିଂ ଅଞ୍ଚଳରେ ଅଧିକ ଭୁସ୍କଳନ ହେଉଥିବା ଯୋଗୁଁ ଅଧିକାରୀ ମାନଙ୍କୁ ସତର୍କ ରହିବା ସହ ସେହି ସ୍ଥାନାରେ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବାକୁ ନିର୍ଦେଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031