Indus Valley Times

ବୌଦ୍ଧ : ତୁରନ୍ତ ମେଡିକାଲ ପଠାଇବା ସହ ରେଡକ୍ରସ ସହାୟତା ପ୍ରଦାନ

 Breaking News

ବୌଦ୍ଧ : ତୁରନ୍ତ ମେଡିକାଲ ପଠାଇବା ସହ ରେଡକ୍ରସ ସହାୟତା ପ୍ରଦାନ

October 28
22:17 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୧୦ : ବୌଦ୍ଧ ବ୍ଲକ ଜମଘାଟି ଗ୍ରାମର କର୍ପୁର ମହାନନ୍ଦିଆ ସ୍ୱାମୀ ଲକ୍ଷ୍ମଣ ମହାନନ୍ଦିଆ ଦୀର୍ଘ ଦିନ ହେଲା ପାରକ୍ଷଲିସିସ ରୋଗରେ ପୀଡିତ ଥିବା ବେଳେ ଉକ୍ତ ପରିବାର ଗରିବ ଶ୍ରେଣୀ ର ହୋଇ ଥିବାରୁ ଦୁଃଖ ମୂଲ କରି ପେଟ ପୋଷୁ ଥିଲେ ।
କିନ୍ତୁ ପାଖରେ କୌଣସି ପ୍ରକାର ଆର୍ଥିକ ସମ୍ବଳ ନଥିବାରୁ ସ୍ୱାମୀ ଙ୍କ ଚିକିତ୍ସା ସେବା କରିବା କଷ୍ଟକର ହୋଇପଡୁଥିଲା ବୋଲି ସ୍ତ୍ରୀ କର୍ପୁର ପ୍ରକାଶ କରିଥିଲେ କ୍ଷ ତେଣୁ ସୋମବାର ଦିନ ଗୁରୁତର ସ୍ୱାମୀ ଙ୍କୁ ବୋହି ଆଣି ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତଳେ ସୁଆଇ ଦେଇଥିଲେ ।
ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଏବଂ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ସେ ସମୟରେ ମଟିଙ୍ଗ କୁ ଯାଉଥିବା ବେଳେ ସେଠାରେ ଅଟକି ଯାଇଥିଲେ ।
ସେଠାରେ କର୍ପୁର ଙ୍କ ଦୁଃଖ କଥା ଶୁଣିବା ପରେ ଜିଲ୍ଲାପାଳ ତୁରନ୍ତ ଅସହାୟ ପରିବାରଙ୍କୁ ରେଡ଼କ୍ରସ ସହାୟତା ରୁ ୩ହଜାର ଟଙ୍କା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବୌଦ୍ଧ ସିଡିଏମଙ୍କୁ ଙ୍କ ନିର୍ଦେଶ ଦେଇଥିଲେ ।
ପରେ ପରେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲ କୁ ପଠାଇଥିଲେ ।ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଳୟ ପକ୍ଷରୁ ଲକ୍ଷ୍ମଣ ମହାନନ୍ଦିଆ ଙ୍କୁ ଭର୍ତ୍ତି କରକ୍ଷ ଯାଇ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930