Indus Valley Times

ମୋହନ ସରକାରଙ୍କ ବିରୋଧରେ ମୁଁ ଆନ୍ଦୋଳନକୁ ଓହ୍ଲାଇବି, ଗୃହରେ ଏମିତି କାହିଁକି କହିଲେ କେ.ଭି ସିଂଦେଓ

 Breaking News

ମୋହନ ସରକାରଙ୍କ ବିରୋଧରେ ମୁଁ ଆନ୍ଦୋଳନକୁ ଓହ୍ଲାଇବି, ଗୃହରେ ଏମିତି କାହିଁକି କହିଲେ କେ.ଭି ସିଂଦେଓ

November 27
16:54 2024

ଭୁବନେଶ୍ୱର, ୨୭/୧୧ : ଆଜି ବିଧାନସଭାରେ ଉଠିଛି ଗନ୍ଧମାର୍ଦ୍ଦନ ଜମି ପ୍ରସଙ୍ଗ । ଆଉ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବିବୃତି ରଖିଚନ୍ତି ।
ଆଦାନୀ କିଣିଥିବା ଜମି ପାଇଁ ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ । କିନ୍ତୁ ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଆମ ସରକାର ଅନୁମତି ଦେବେନି । ସେମିତି କିଛି ହେଲେ ମୁଁ ଆପଣଙ୍କ ସହ ଆନ୍ଦୋଳନକୁ ଓହ୍ଲାଇବି ।
ଶୂନ୍ୟକାଳରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇଥିଲା ବିଜେଡି । ସରକାର ଅନୁମତି ଦେଇଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ଆଉ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ଉପରୋକ୍ତ ଉତ୍ତର ରଖିବା ସହ ବିଜେଡିକୁ ପାଲଟା ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଗୃହରେ ବିଜେଡି ସଦସ୍ୟ ସ୍ୱୀକାର କରନ୍ତୁ ଯେ, ଆଦାନୀକୁ ଜମି କିଣିବା ପାଇଁ ବିଜେଡି ସରକାର ଅନୁମତି ଦେଇଥିଲେ । ଯଦି ମୋହନ ସରକାର ସେ କାମ କରନ୍ତି ତେବେ ଜନଆନ୍ଦୋଳନରେ ନିଜେ ସାମିଲ ହେବେ ବୋଲି କେ.ଭି ସିଂହଦେଓ କହିଛନ୍ତି।
ବର୍ତ୍ତମାନ ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଛି । ଶୂନ୍ୟକାଳରେ ଆଦାନୀ ଜମି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଦବେଗ ପ୍ରକାଶ କରିଥିଲେ ।
ସେ କହିଥିଲେ ଯେ, ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା, ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ ସରକାର ଅନୁମତି ପ୍ରତ୍ୟାହାର କରିନେଇଥିଲେ। ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ କମ୍ପାନି ହାତକୁ ଟେକି ଦେବାକୁ ଯାଉଛନ୍ତି।
ସେ ଏହା ମଧ୍ୟ କହିଥିଲେ ଯେ, ଯେଉଁଠି ସରକାର ପରିବେଶର ମଙ୍ଗଳ ପାଇଁ ଜଙ୍ଗଲ ସୃଷ୍ଟି କରିବା କଥା, ତାହାକୁ ସରକାର ନଷ୍ଟ କରିବାକୁ ବସିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଜନଆନ୍ଦୋଳନ ଆରମ୍ଭ କଲେଣି । ଏହାସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ?
ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି ସରକାର ସ୍ପଷ୍ଟ କରନ୍ତୁ । ଏହାସହ ରାଜ୍ୟ ସରକାରଙ୍କ ବିନା ଯଦି ଆଦାନୀ ଗ୍ରୁପ ଜମି କିଣିବାକୁ ସରକାର ଅନୁମତି ନ ଦେଇଛନ୍ତି ତେବେ ସରକାର ସେ କମ୍ପାନି ଉପରେ କାର୍ଯ୍ୟାଷ୍ଠାନ ନେବେ କି ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ।
ସୂଚନାଯୋଗ୍ୟ, ଖବର କାଗଜରେ ନଭେମ୍ବର ୧୯ରେ ବଲାଙ୍ଗୀର ଜିଲ୍ଲା ସଂଲଗ୍ନ ଗାଇସିଲାଟ ବ୍ଲକ କଟାବାହାଲ ପଞ୍ଚାୟତ ଯୁବାଖୋଲ ଗାଁରେ କମ୍ପାନି ୨୩ ଏକର ଜମି କିଣିଥିବା ଖବର ପ୍ରକାଶ ପାଇଥିଲା । ଏହା ମଧ୍ୟ ଖବର ପ୍ରକାଶ ପାଇଥିଲା ଯେ, ଗତ ସେପ୍ଟେମ୍ବର ୨ ତାରିଖରେ କମ୍ପାନି ନାମରେ ଜମି ରେଜେଷ୍ଟ୍ରି ହୋଇଛି ।
ଉକ୍ତ ଅଞ୍ଚଳରେ ତିନି ଜଣ ଚାଷୀଙ୍କଠାରୁ ଏହି ଜମି କିଣା ଯାଇଛି । ଜମି କିଣା ଯାଇଥିବା ପାହାଡ ପାଖରେ ଯୁବାଖୋଲ ପାହାଡ ରହିଛି । ଯାହାର କିଛି କିଲୋମିଟର ପରେ ଗନ୍ଧମାର୍ଦ୍ଦନ ପାହାଡ ଆରମ୍ଭ ହେଉଛି । ତେଣୁ ଯୁବାଖୋଲ ପାହାଡ ଉପରେ ଆଦାନୀ ଆଖି ପକାଇଲାଣି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930