Indus Valley Times

ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ

 Breaking News

ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ
July 28
10:07 2024

ସମ୍ବଲପୁର, ୨୮/୭: ଆଜି ସକାଳ ୯ଟା ବେଳେ ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍। ୭ନଂ ସ୍ଲୁଇସ୍ ଗେଟ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି।
ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ରବିବାର ପୂର୍ବାହ୍ଣ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗେଟ୍ ଖୋଲିଛି।
ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୯୩ ଫୁଟ୍ଥିଲା। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନଫୁଟ୍ ଜଳ ନିଷ୍କାସିତ ହେଉଛି।
ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି। ଫଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଲକ୍ଷ ୯୪ ହଜାର ୧୧୨ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଛି। ଏହି ସମୟରେ ଜଳଭଣ୍ଡାରରୁ ୩୯,୫୧୨ କ୍ୟୁସେକ ଜଳ ନିଷ୍କାସନ ହେଉଛି। ହୀରାକୁଦର ଜଳଭଣ୍ଡାରର ଜଳସ୍ତର ଏବେ ୬୧୫.୨ ଫୁଟରେ ପହଞ୍ଚିଛି।
ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୧୫ ଫୁଟରୁ ଅଧିକ ଜଳ ଥିବ ବୋଲି ସୂଚନା ମିଳିଛି। ୩ଟି ପର‌୍ୟ୍ୟାୟରେ ୨୦ଟି ଗେଟ୍ ଖୋଲାଯିବ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31