Indus Valley Times

ବୌଦ୍ଧ : ଜଗତି ଗ୍ରାମରେ ଶ୍ରୀରାମ ଓ ଶ୍ରୀ ଜଗନ୍ନାଥ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ : ଜଗତି ଗ୍ରାମରେ ଶ୍ରୀରାମ ଓ ଶ୍ରୀ ଜଗନ୍ନାଥ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

December 05
10:31 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୧୨ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ନୂତନ ଭାବେ ନିର୍ମିତ ଶ୍ରୀରାମ ଓ ଶ୍ରୀଜଗନ୍ନାଥଙ୍କ ଯୁଗ୍ମ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜଗତି ଗ୍ରାମଠାରେ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ସଦସ୍ୟ ରଘୁନାଥ ମେହେର ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରେ ଆସନ୍ତା ମାଘ ମାସରେ ଜାନୁୟାରୀ ୨୪ ରୁ ଫେବୃଆରୀ ୩ ତାରିଖ ମଧ୍ୟରେ ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।
ଏଗାର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନୂତନ ବିଗ୍ରହ ପ୍ରତିଷ୍ଠା, ଛପନ ପ୍ରହରୀ ନାମଯଜ୍ଞ, ହରିହାଟ ପ୍ରସାଦ ସେବନ, କଂସ ଦରବାର, ମିନକ୍ଷବଜାର, ସୁଉଚ୍ଚ ତୋରଣ, ବିଭିନ୍ନ ଛକରେ ଦଶବତାର ମୂର୍ତ୍ତି ସ୍ଥାପନ,ନାରାୟଣନଗର ସୁନ୍ଦର ଆଲୋକ ସଜ୍ଜା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ବୈଠକରେ ମନ୍ଦିର ଉପଦେଷ୍ଟା ଭୋଳଗିରି ସାହୁ ମନ୍ଦିର ପ୍ରତିଷ୍ଠାର ବିବରଣୀ ଉପସ୍ଥାପନା କରିଥିଲେ । ବୈଠକରେ ଜଗତି ଗ୍ରାମର ଜନସାଧାରଣ ଓ ନାରାୟଣନଗର ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସଦସ୍ୟ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31