Indus Valley Times

ଅବସର ଦିନ ଫାଇନାଲ ପେନସନ ଦେବାକୁ ସଫଳ

 Breaking News

ଅବସର ଦିନ ଫାଇନାଲ ପେନସନ ଦେବାକୁ ସଫଳ

January 01
18:56 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ଦେଓଗାଁ, ୧/୧: ଦେଓଗାଁ ବ୍ଲକ ଅଧୀନସ୍ଥ ବଗଡ଼ା ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ କୁନ୍ତେ ମେହେର ଅବସର ଗ୍ରହଣ କରିଛନ୍ତି।ବଲାଙ୍ଗିର ଜିଲ୍ଲାରେ ପ୍ରଥମ କରି ତାଙ୍କୁ ଅବସର ଦିନ ହିଁ ପୂର୍ଣ୍ଣ (ଫାଇନାଲ)) ପେନସନ୍ ପ୍ରଦାନ କରାଯାଇପାରିଛି।
ସରକାରଙ୍କ ନିୟମ ଅନୁସାରେ ଅବସର ନେବା ପୂର୍ବରୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥାଏ।ସେହି ନିୟମ ଅନୁଯାୟୀ ଶ୍ରୀଯୁକ୍ତ ମେହେର ତାଙ୍କର ସହକାରୀ ଶିକ୍ଷକଙ୍କୁ ଦାୟିତ୍ଵ ଅର୍ପଣ କରି ନୋ ଡିଉଜ୍ ସାର୍ଟିଫିକେଟ ମଧ୍ୟ ଦାଖଲ କରିଥିଲେ।
ସମସ୍ତ ପ୍ରକ୍ରିୟା ସମାପ୍ତି ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭାଗୀୟ ଅଧିକାରୀ ଙ୍କ ପାଖକୁ ପେନସନ୍ କାଗଜ ପତ୍ର ପଠାଇ ଥିଲେ।ଦିନକ ପୂର୍ବରୁ ଟ୍ରେଜେରୀ ଅଫିସରେ ପହଁଞ୍ଚିବା ପାଇଁ ଅବସର ନେଉଥିବା ଶିକ୍ଷକଙ୍କୁ ଦେଖା କରିବାକୁ ଡକାଯାଇଥିଲା।
ଠିକ୍ ଅବସର ଦିନ ହିଁ ଫାଇନାଲ ପେନସନ୍ ପେପର୍ ଦିଆଯାଇ ଥିବାରୁ ଶିକ୍ଷା ଅଧିକାରୀ ସୁଶ୍ରୀ ମମତା ମହାଡିକ୍ ଏବଂ ସହକାରୀ ଶିକ୍ଷକ ତଥା ସହକର୍ମୀ ମାନେ ଆନନ୍ଦ ଅନୁଭବ କରିଥଲେ।
ଅବସର ଦିନ ହିଁ ଫାଇନାଲ ପେନସନ ଯୋଗାଇବା ଫଳରେ କର୍ମଚାରୀ ତଥା ବିଭାଗର କାମ କମ୍ ହୋଇଥାଏ।ବାରମ୍ବାର ଭୁବନେଶ୍ୱର ଯିବାକୁ ପଡି ନ ଥାଏ।
ଉଭୟ ସରକାର ଓ କର୍ମଚାରୀ ଆଶ୍ବସ୍ତି ଲାଭ କରନ୍ତି ବୋଲି ଅବସର କାଳୀନ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031