Indus Valley Times

ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା

 Breaking News

ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା

ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା
January 03
19:06 2025

ଭୁବନେଶ୍ୱର,୩/୧: ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତର ପ୍ରଭାବ ବଢ଼ିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍ କିମ୍ବା ଏହାଠାରୁ କମ୍ ତାପମାତ୍ରା ରେକର୍ଡ ହୋଇଛି।
ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରହିଥିଲାବେଳେ ଝାରସୁଗୁଡାରେ ୮ ଡିଗ୍ରୀ, କେନ୍ଦୁଝରରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୯.୭ ଡିଗ୍ରୀ ଓ ସୋନପୁରରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୨ଦିନରେ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି। ଡିସେମ୍ବର ୩୦ରେ ଏଠାରେ ତାପମାତ୍ରା ୧୯.୪ ଡିଗ୍ରୀ ରହିଥିବା ବେଳେ ଗୁରୁବାର ୧୪.୬ ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିଲା। ତେବେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୧.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା ।
ଅନ୍ୟପକ୍ଷରେ ଢ଼େଙ୍କାନାଳ ଓ କନ୍ଧମାଳରେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସେହିପରି କଳାହାଣ୍ଡି, କୋରାପୁଟ ଓ ଗଞ୍ଜାମରେ ମଧ୍ୟ ହାଲୁକା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।
ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାତି ତାମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅନୁଗୋଳ, କନ୍ଧମାଳ ଓ ଢ଼େଙ୍କାନାଳରେ ଘନ କୁହୁଡ଼ି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031