Indus Valley Times

ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ୩ ନକ୍ସଲ ନିପାତ

 Breaking News

ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ୩ ନକ୍ସଲ ନିପାତ

ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ୩ ନକ୍ସଲ ନିପାତ
January 03
20:00 2025

ଛତିଶଗଡ଼, ୩/୧ : ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲାରେ ସୋରନାମାଲ୍ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି।
ସୋରନାମାଲ୍ ଜଙ୍ଗଲରେ ମାଓବାଦୀ ଥିବା ସୂଚନା ମିଳିଥିଲା। ଏହା ପରେ ଛତିଶଗଡ଼ ଓ ଓଡ଼ିଶାର ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ଛତିଶଗଡ଼ର ଋ-୩୦ ଫୋର୍ସ, ୟଙ୍ଗ ପ୍ଲାଟୁନ, ସିଆରପିଏଫ ଓ ନୂଆପଡ଼ାର ଏସଓଜି ସାମିଲ ଥିଲେ।
ଆଜି ସକାଳେ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ମୁହାଁମୁହିଁ ହୋଇଥିଲା। ଅନେକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଏବେ ବି ଅପରେସନ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031