Indus Valley Times

ଅବସରପ୍ରାପ୍ତ ଦମକଳ କର୍ମଚାରୀ ସଂଘଙ୍କ ବନ୍ଧୁମିଳନ ଅନୁଷ୍ଠିତ

 Breaking News

ଅବସରପ୍ରାପ୍ତ ଦମକଳ କର୍ମଚାରୀ ସଂଘଙ୍କ ବନ୍ଧୁମିଳନ ଅନୁଷ୍ଠିତ

ଅବସରପ୍ରାପ୍ତ ଦମକଳ କର୍ମଚାରୀ ସଂଘଙ୍କ ବନ୍ଧୁମିଳନ ଅନୁଷ୍ଠିତ
January 11
21:01 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୧/୧: ଇତି ମଧ୍ୟରେ ଅବସରପ୍ରାପ୍ତ ଦମକଳ କର୍ମଚାରୀ ସଂଘ୍ ବଲାଙ୍ଗିର ର ଅଷ୍ଟମତମ ବନ୍ଧୁମିଳନ ସ୍ଥାନୀୟ କଦଳିମୁଣ୍ଡା ଫରେଷ୍ଟ ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି।
ସରକାରୀ କର୍ମଚାରୀ କର୍ମମୟ ଜୀବନ ପରେ ଅବସର କାଳୀନ ସମୟ ଅତିବାହିତ କରନ୍ତି।ଦୀର୍ଘ ସମୟଧରି କାର୍ଯ୍ୟରତ ଥିବା ମଣିଷ ଅବସର ନେଲା ପରେ ଏକା ଏକା ଜୀବନ ବଞ୍ଚିବା ର ଅଭ୍ୟାସ କରେ।
ସେ ସମୟ ରେ ଚାକିରି ଜୀବନ ର ଅନେକ କଥା ମନେ ପଡେ।ନିଜ ସହ ମିଶି କାମ କରୁଥିବା କର୍ମଚାରୀ ମାନଙ୍କୁ ଭେଟିବାକୁ ଇଚ୍ଛା ହୁଏ।ହେଲେ ଅବସର ପରେ ଘର ସଂସାର ରେ ନିଜକୁ ହଜାଇ ଦିଏ।
ଏଣୁ ସମସ୍ତଙ୍କୁ ଏକତ୍ର ଭେଟିବା ଏବଂ ନିଜ ଭିତରେ ଥିବା ମନ କଥା କୁ ଖୋଲାଖୋଲି ଚର୍ଚ୍ଚା କରିବାର ଏକମାତ୍ର ପନ୍ଥା ବର୍ଷକୁ ଥରେ ବନ୍ଧୁମିଳନ ରେ ଉପସ୍ଥିତ ହେବା।ଆଜିର ବନ୍ଧୁମିଳନ ଅବସରରେ ଅବସର ନେଇଥିବା କର୍ମଚାରୀ ମାନେ ଭୁଲି ନାହାନ୍ତି ତାଙ୍କ ଭିତରେ ସବୁଦିନ ପାଇଁ ହଜି ଯାଇଥିବା ବନ୍ଧୁ ମାନଙ୍କୁ।
ଏ ଉପଲକ୍ଷେ ସେ ଅମର ଆତ୍ମା ମାନଙ୍କୁ ସ୍ମରଣ କରି ଶୋକସଭା ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇ ଦିବଂଗତ ବନ୍ଧୁ ମାନଙ୍କୁ ତାଙ୍କର ସ୍ନେହ ଶ୍ରଦ୍ଧା ଜଣାଇଥିଲେ।
ଏ ଅବସରରେ ୧୯୭୦ ବେଚ୍ ର ନିଜ ଭିତରେ ଥିବା ଅତି ସ୍ନେହର ବଡ଼ଭାଇ ତଥା କର୍ମଚାରୀ ବନ୍ଧୁ ଶ୍ରୀଯୁକ୍ତ ବୃନ୍ଦାବନ ଭୋଇ ଏବଂ ଶ୍ରୀଯୁକ୍ତ ପରମେଶ୍ବର ସାହୁ ଙ୍କୁ ଫୁଲତୋଡ଼ା ଏବଂ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା।ଚଳିତ ବର୍ଷ ର ସଭାପତି ଭାବେ ଶ୍ରୀଯୁକ୍ତ ଭରତ ଦର୍ଜି ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ତ୍ରିପାଠୀ ଙ୍କୁ ମନୋନୀତ କରାଯାଇଥିଲା।
ଏହି ବନ୍ଧୁମିଳନ ରେ ବହୁ ଦୂର ଦୁରାନ୍ତ ରୁ ଅନେକ ଅବସରପ୍ରାପ୍ତ କର୍ମଚାରୀ ବନ୍ଧୁ ଆସି ଏକତ୍ରିତ ହୋଇଥିଲେ।ନିଜ ନିଜ ର ଚାକିରି ସମୟର ସମସ୍ୟା,ନିଜ ଘରୋଇ ତଥା ଅନ୍ୟ ସମସ୍ତ ସମସ୍ୟା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଆୟୋଜିତ ବଣଭୋଜି ରେ ସଭିଏଁ ଏକତ୍ର ଭୋଜନ ର ମଜା ନେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଧର୍ମ ପ୍ରସାଦ ଆଚାର‌୍ୟ୍ୟ ଏବଂ ଆଦମ୍ ମହମ୍ମଦ ସକ୍ରିୟ ସହଯୋଗ କରିଥିଲେ।ଦିବସ ବ୍ୟାପୀ ଅନେକ ମୂଲ୍ୟବାନ କାର୍ଯ୍ୟକ୍ରମ ପରେ ସମସ୍ତ ବନ୍ଧୁ ମାନେ ବିଦାୟକାଳୀନ ସମୟରେ ଅଶ୍ରୁଳ ଭରା ନୟନରେ ବିଦାୟ ନେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31