Indus Valley Times

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ

 Breaking News

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ
January 04
11:16 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୧ : ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଦ୍ଵିତୀୟ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧଗଡ଼ ଏନ. ଏ. ସି. ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ଏବଂ ସଭାପତି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ଯୋଗ ଦେଇ ଥିଲେ ।
ଗୋଷ୍ଠି ଉନ୍ନୟନ ଅଧିକାରୀ , ବୌଦ୍ଧ ବ୍ଲକ ଯୁଧିଷ୍ଠିର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡେପୁଟି କଲେକ୍ଟର ଶୁଚିସ୍ମିତା ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।
କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ କୁ ସଂସ୍କତ ଶିକ୍ଷକ ପ୍ରମୋଦ ପ୍ରଧାନ ପରିଚାଳନା କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅମୃତ ସାଗର ପଣ୍ଡା ଏବଂ ସ୍ଥାନୀୟ କଳାକାର ମାନେ ପରିଚାଳନା କରିଥିଲେ । ସଭା କାର୍ଯ୍ୟ ପୂର୍ବରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବାଞ୍ଛାନିଧି ପ୍ରଧାନଙ୍କ ପାଲା, ମହାବୀର ଦାସକାଠିଆ, ଆଇ ସ୍କୁଲ, ଜବାହର ନବୋଦୟ ବିଦ୍ୟାଳୟ, ବାଉଁଶୁଣି ସାଂସ୍କୃତିକ ପରିଷଦ, ମୟୁରି ଅନୁଷ୍ଠାନ ଖଟଖଟିଆ, କଣ୍ଟାମାଳ ବ୍ଲକ କଳା ସଂସ୍କୃତି ସଂଘ ଓ ଶ୍ରୀ ରାମ କାର୍ଟୁନ୍ କମେଡି ଦଳ ପରିବେଷଣ କରିଥିଲେ ଏବଂ ସଭା କାର୍ଯ୍ୟ ପରେ ଜିଲ୍ଲା ତଥା ଜିଲ୍ଲା ବାହାର ସାଂସ୍କୃତିକ ଦଳ ଯଥା ଉଡାନ ଆର୍ଟ ଏକାଡେମୀ, ରୁଦ୍ର ଭୈରବୀ କ୍ଲବ, ଆଦିବାସୀ ସିଂହା ନୃତ୍ୟ, ନୂଆଗାଁ, ଫେଟ ଫାଇଟର ମାଲଖମ୍ବ ଦଳ, ଧରମ ପୁତ୍ର କଳା ମଞ୍ଚ, ମୟୁରୀ ସୁନ୍ଦରଗଡ଼, ଦୁରୁଆ ଆଦିବାସୀ ଦଳ ଆଦି ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031