Indus Valley Times

ବନାଗ୍ନି ରୋକିବାକୁ ବନ ବିଭାଗ ର ଅଭିନଵ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଗାଁ ଗାଁରେ ଜନ ସଚେତନତା

 Breaking News

ବନାଗ୍ନି ରୋକିବାକୁ ବନ ବିଭାଗ ର ଅଭିନଵ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଗାଁ ଗାଁରେ ଜନ ସଚେତନତା

February 22
12:28 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୨: ବନାଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ । ବାଲିଗୁଡା ବନଖଣ୍ଡ ର ଡ଼ିଏଫଓ ବିଶ୍ୱରାଜ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ କୋଟଗଡ ବନାଞ୍ଚଳ ଅଧିକାରୀ ବାଳଗୋପାଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଶ୍ରୀରାମପୁର ସେକ୍ସନ ଓ ସୁବର୍ଣ୍ଣଗିରୀ ଠାରେ ଏକ ଜନ ସଚେତନତା ସଭା ସହିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।
କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର ମାନେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କୁ ସଚେତନତା ର ବାର୍ତ୍ତା ବକ୍ଷଣ୍ଟିଥିଲେ ।
ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରଚିତ ଓ ନିର୍ଦ୍ଦେଶନାରେ ସଚେତନଧର୍ମି ପଥପ୍ରାନ୍ତ ନାଟକ ” ଜଳୁଛି ଜଙ୍ଗଲ” ବେଶ ହୃଦୟସ୍ପର୍ଶୀ ହୋଇଥିଲା ।
ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ରୁ ନିବୃତ, ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ଆୟୋଜିତ ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମିନତୀ ପାଟମାଝି ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ କ୍ଷ ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜ଼ିଲ୍ଲା ରେ କାର୍ଯ୍ୟରତ ଅଗ୍ନିଶମ ଅଧିକାରୀ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅନ୍ତର‌୍ୟ୍ୟାମୀ ଖଣ୍ଡଗିରୀ ଯୋଗଦେଇ ଜଙ୍ଗଲ ନିଆଁ କୁ ରୋକିବା ଓ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ହରିଶ ପ୍ରଧାନ, ଫକୀର ଡିଗାଲ, ରବୀନ୍ଦ୍ର ନାୟକ, ପ୍ରିୟଙ୍କା କହଁ ର, ଫରେଷ୍ଟ ଗାର୍ଡ ସଂଜୀବ ବିଶିମାଝି, ଶ୍ରଦ୍ଧାଞ୍ଜଳି ମଳିକ, ଧନେଶ୍ୱର ବେନିଆ ଖଗେଶ୍ୱର ପ୍ରଧାନ, ରଜନୀ କାନ୍ତ ବେହେରା, ଦୀପକ ପଟ୍ଟନାୟକଙ୍କ ସମେତ ସମସ୍ତ ଫରେଷ୍ଟ ଗାର୍ଡ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ର ସଦସ୍ୟ ସମେତ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରି ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ ।
କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ; ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଗିରଫ
କନ୍ଧମାଳ,୨୨/୨ : କନ୍ଧମାଳ ଜିଲା ପୁଲିସ ୫ଟି ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୮୫୨ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।ଉଲ୍ଲେଖଯୋଗ୍ୟ ଯେ, କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ।
ସେହି ଅନୁଯାୟୀ, କନ୍ଧମାଳ ଏସପି ବି. ସି. ହରିଶ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଦାରୁଗୋଣ୍ଡା ଘାଟି ନିକଟ ଜଙ୍ଗଲରୁ ୬୫୨୦ କେଜି, ଫିରିଙ୍ଗିଆ ଥାନା ଅଧୀନରେ ଥିବା କାସିନପଦର ଗ୍ରାମପଞ୍ଚାୟତର ମାଜିପଡ଼ା ଜଙ୍ଗଲରୁ ୧୫୨୦ କେଜି, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରୁଜୁ ଗ୍ରାମପଞ୍ଚାୟତ ମିନିଆକଟି ଜଙ୍ଗଲରୁ ୨୦୫୨ କେଜି, ବାଲିଗୁଡ଼ା ଥାନା ଅଧୀନ ଜାକ୍ରିପଦା ଜଙ୍ଗଲରୁ ୬୫୦ କେଜି, ଟିକାବାଲି ଥାନା ଅନ୍ତର୍ଗତ ସୁନାପଙ୍ଗା ଗ୍ରାମ ନିକଟରୁ ୧୧୦ କେଜି ଜବତ କରାଯାଇଛି।
ସମୁଦାୟ ୧୦, ୮୫୨ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଉପରୋକ୍ତ ସମସ୍ତ ମାମଲାର ତଦନ୍ତ ଜାରି ରହିଛି ଏବଂ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ନିଶା ବେପାରୀମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଏହି ଗଞ୍ଜେଇ ରଖି ଚୋରା ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା।
ସୂଚନାଯୋଗ୍ୟ ଯେ, ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୁଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବାବେଳେ ଏହାକୁ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ବତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀମା ‘ଙ୍କ ୧୪୭ତମ ଜନ୍ମ ବାର୍ଷିକ ମହୋତ୍ସବ ପାଳିତ
ବାଲିଗୁଡା ,ତା, ୨୨/୨: କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ଆରୋତୀର୍ଥ ଯୋଗ ମନ୍ଦିର ଶ୍ରୀଅରବିନ୍ଧ ଆଶ୍ରମ ସିଟୁପାଜୁ ଗ୍ରାମରେ ଶ୍ରୀମା ‘ଙ୍କ ୧୪୭ତମ ଜନ୍ମ ବାର୍ଷିକ ମହୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସମବେତ ଧ୍ୟାନ ଓ ଆଧ୍ୟାତ୍ମିକ ଆଲୋଚନା ରେ “ଦିବ୍ୟଜନନୀ ଶ୍ରୀମା ଓ ଆମେ “ ବିଷୟ ରେ ଆଲୋଚନା କରଯାଇଥିଲା ।
ଦିବ୍ୟବାଣୀ ସଭାରେ ସଭାପତି ସୀତାରାମ ପଣ୍ଡା ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବନଖଣ୍ଡ ର ବନଖଣ୍ଡ ଅଧିକାରୀ ବିଶ୍ଵରାଜ ପଣ୍ଡା ଯୋଗ ଦେଇ ଶ୍ରୀମା ‘ଙ୍କ ଦିବ୍ୟବାଣୀ ମଣିଷର କିଭଳି ନିର୍ଭୟ ଏବଂ ଦୃଢ ପ୍ରତିଜ୍ଞା ହୁଅ ସମସ୍ତ ବାଧାବିଘ୍ନ ଦୂରେଇ ଯିବ ସେ ସମ୍ପର୍କ ରେ କହିଥିଲେ ।
ମୁଖ୍ୟବକ୍ତା ଭାବେ ବରଗଡ ରୁ ଆସିଥିବା ଡଃ ଚିତ୍ତ ରଞ୍ଜନ ସାହୁ ଓ ପୁରୀ ନିମାପଡା ର ସୁକାନ୍ତ କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ,ପୁଷ୍ପିତା ମହାପାତ୍ର ,ଶିବ ରାମ ପଣ୍ଡା ,ଅଧିକାରୀ ମହାନ୍ତି, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି , ଗୁରୁରାମ ପାତ୍ର, ଚିତ୍ର ସେନ କୋଠଦଳାଇ, ଗୋପାଳ ବାଣୁଆ, ପ୍ରମୁଖ ଯୋଗ ଦେଇଥିଲେ ।
ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଦିବ୍ୟ ଜ୍ଞାନ ଆରୋହଣ କରିଥିଲେ ।ଶେଷରେ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

ବାଲିଗୁଡା , ୨୨/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ଶୁକ୍ରବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ୧୪ ଟି ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ସମେତ ଶତାଧିକ ଶ୍ରମିକ ଯୋଗ ଦେଇ ସେମାନଙ୍କ ଅଞ୍ଚଳରେ କାର‌୍ୟ୍ୟ ହେଉଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ସୁବିଧା ଅସୁବିଧା ଓ ସମସ୍ୟା ସମ୍ପର୍କ ରେ ଶୁଣିବା ସହ ଅଭିଯୋଗ ସମ୍ପର୍କ ରେ ପ୍ରଶ୍ନ ପଚାରିବା ସହ ତାର ସମାଧାନ ପାଇଁ ଅନୁରୋଧ କରିଥିଲେ ।
ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ , ବ୍ଲକ ଅଧ୍ୟକ୍ଷା ମିଶାବତୀ ମଲ୍ଲିକ , ଉପାଧ୍ୟକ୍ଷା ନିକଜିନୀ ଦିଗାଳ, ବିଡିଓ ଦୀପ୍ତି ପ୍ରକାଶ ବେହେରା ,ଏବିଡିଓ ପ୍ରଦୀପ ବାଘ ,ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ ,ସହକାରୀ ଯନ୍ତ୍ରୀ ଆଶିଷ ରଞ୍ଜନ ପାତ୍ର, ରେଞ୍ଜର ଡି ସୁବାଷ, ବ୍ଲକ ସାମାଜିକ ସମୀକ୍ଷକ ରୂପକ ପ୍ରଧାନ ସମେତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ,ଶ୍ରମିକ ଓ ଜନସାଧାରଣ ଯୋଗଦେଇଥିଲେ ।
ବ୍ଳକର ୧୪ ଟି ଗ୍ରାମ ପଞ୍ଚାୟତରେ ଉକ୍ତ ୬ମାସ ମଧ୍ୟରେ ୧୮୮୫ ଟି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଇଥିଲା ସେଥିମଧ୍ୟରୁ ୧୧୯୬ ଟି କାର୍ଯ୍ୟ ସମ୍ପୂର୍ଣ ହୋଇଛି, ୧୯ କୋଟି ୨୦ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ୧୩ ହଜାର ୭୬୯ ପରିବାର ଜବ କାର୍ଡ ଆବେଦନ କରିଥିବା ବେଳେ ୬ଲକ୍ଷ ୪ ହଜାର ୩୪୧ ଜଣ ଜବ କାର୍ଡ ହାତେଇଛନ୍ତି । ୧୫୩୦ ପରିବାର ୧୦୦ଦିନର କାମ କରି ରୋଜଗାର ପାଇଥିବା ଜନ ଶୁଣାଣୀ ବୈଠକରେ ପ୍ରତି ପଞ୍ଚାୟତରେ କାର୍ଯ୍ୟ କରୁଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସୂଚନା ରୁ ଜଣାପଡିଛି । ଏପିଓ ରାଜେଶ କୁମାର ସାହୁ କାର‌୍ୟ୍ୟକ୍ରମରେ ସଂଯୋଜନା କରିବା ସହ ସୂଚନା ପ୍ରଦାନ କରିଥିଲେ ।
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ
ବାଲିଗୁଡା, ୨୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଗୁରୁବାର ନୂତନ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ତତ୍ୱାବଧାନରେ ବାଲିଗୁଡା ପି,ଏ ଆଇ,ଟି,ଡ଼ି,ଏ ଗଦାଧର ପାତ୍ରଙ୍କ ଉପସ୍ଥିତରେ ୧୪ ଟି ପଞ୍ଚାୟତର ବିଭିନ୍ନ ବିଭାଗ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧିଙ୍କୁ ନେଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି କାର‌୍ୟ୍ୟକ୍ରମରେ ଆଗାମୀ ଦିନରେ ଗ୍ରାମାଞ୍ଚଳ ଲୋକେ କିପରି ଅଧିକରୁ ଅଧିକ ସାମିଲ ହୋଇ କାର୍ଯ୍ୟାଦେଶ ବାହାର କରି ଜଳସେଚନ ସୁବିଧା କରିବା ସହ ନିଜ ନିଜର ଆର୍ଥିକ ସ୍ଥିତିକୁ ସୁଧାରି ପାରିବା ସହ ଦାଦନ ଖଟିବାକୁ ଯେପରି ଯିବେନାହିଁ ତାହାରି ଉପରେ ସତେତନ କରିବା ଓ ସବୁ ପରିବାରକୁ ସାମିଲ କରିବାକୁ ପ୍ରୟାସ କରିବା ପାଇଁ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ପ୍ରକାଶ କରିଛନ୍ତି । ଏଥିରେ କ. ନୂଆଗାଁ ବ୍ଲକର ସମସ୍ତ ପଞ୍ଚାୟତର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ନୂତନ ବିଡ଼ିଓଙ୍କୁ ଭେଟିଲେ ବ୍ଲକ ବିଜେଡ଼ି କର୍ମକର୍ତ୍ତା
ବାଲିଗୁଡା, ୨୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ନୂତନ ଭାବେ ଗୁଣୁପୁରରୁ ବଦଳି ହୋଇ ଆସି ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶୁଭ୍ରାଞ୍ଜଳି ପ୍ରଧାନ ଙ୍କୁ ଗୁରୁବାର କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ଓ ଜିଲ୍ଲାପରିଷଦ ସଦସ୍ୟା ଅନିତା ମଲିକଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ବିଜେଡ଼ି ସଦସ୍ୟ ବୃନ୍ଦ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହ ବ୍ଲକର ପ୍ରତ୍ୟେକ କାର୍ଯ୍ୟକ୍ରମ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇ ସାମୁହିକ ବିକାଶ ହୋଇପାରିବ ସେନେଇ ସମସ୍ତ ସଦସ୍ୟ ଆଲୋଚନା କରିଥିଲେ ।
ନୂତନ ଭାବେ ଯୋଗଦାନ ଦେଇଥିବା ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ସବୁ ସଦସ୍ୟଙ୍କ ସହଯୋଗରେ ଗ୍ରାମାଞ୍ଚଳ ଓ ବ୍ଲକର ବିକାଶ ସମ୍ଭବ ବୋଲି କହି ସହଯୋଗ କାମନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031