Indus Valley Times

ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଜିଲ୍ଲା ସ୍ତରୀୟ ଷ୍ଟିରିଙ୍ଗ କମିଟି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଜିଲ୍ଲା ସ୍ତରୀୟ ଷ୍ଟିରିଙ୍ଗ କମିଟି ବୈଠକ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଜିଲ୍ଲା ସ୍ତରୀୟ ଷ୍ଟିରିଙ୍ଗ କମିଟି ବୈଠକ ଅନୁଷ୍ଠିତ
April 30
08:22 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୪ : ସୋମବାର ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଜିଲ୍ଲା ସ୍ତରୀୟ ଷ୍ଟିରିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାର ମୂଳ ଉଦ୍ଦେଶ୍ୟ ଥିଲା ଭାରତ ସରକାରଙ୍କ ଦ୍ଵାରା ଗତ ଜୁଲାଇ ୦୧, ୨୦୨୪ ମସିହା ରୁ ଆଗତ ନୂତନ ଫୌଜଦାରୀ ନିୟମାବଳୀ (ନୂଆ କ୍ରିମିନାଲ ନିୟମ) ର ସଫଳ ରୂପାୟନ ଓ ପୁରାତନ ନିୟମାବଳୀ ରେ ଘଟିଥିବା ପରିବର୍ତ୍ତନ ର ଦୈନନ୍ଦିନ କର୍ମକ୍ଷେତ୍ରରେ ତଥା ଅଫିସ କାର୍ଯ୍ୟରେ ଲାଗୁ କରିବା ।
ଏଥି ପାଇଁ ନିକଟ ଭବିଷ୍ୟତରେ ପର୍ଯ୍ୟାୟ କ୍ରମେ ବିଭିନ୍ନ କର୍ମଶାଳାର ଆୟୋଜନ କରି ସମସ୍ତ ସରକାରୀ କର୍ମଚାରୀ, ଜନସାଧାରଣ ତଥା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଙ୍କୁ ତାଲିମ ଦେଇ ସଚେତନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରବିଣ କୁମାର ବାଣୁଆ, ଉଔଗ ବୌଦ୍ଧ ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର ମହୋଦୟ, ସେକ୍ରେଟେରୀ ଊଖଝଇ ବୌଦ୍ଧ ଶ୍ରୀମତୀ ଶାଶ୍ଵତୀ ମିଶ୍ର, ଡାକ୍ତର ସଂଘମିତ୍ରା ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସାର୍ଥକ ରାୟ, ଡେପୁଟି କଲେକ୍ଟର ସୁଶ୍ରୀ ତୃପ୍ତିମୟୀ ଜେନା, ଜେଲ ସୁପରିଟଣ୍ଡେଣ୍ଟ ଶ୍ରୀଯୁକ୍ତ ଜଗତ ବିହାରୀ ରାଉତରାୟ ପ୍ରମୁଖ ଯୋଗଦେଇ ଥିଲେ ।
ଏହି ସଭା କାର୍ଯ୍ୟରେ ଜିଲ୍ଲାପାଳ ଙ୍କ କାର୍ଯାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହିବା ପୂର୍ବକ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930