Indus Valley Times

ଚାରିଛକଠାରେ ଶ୍ରୀବନ୍ତ ମେହେରଙ୍କ ସ୍ମୃତିସଭା ଅନୁଷ୍ଠିତ

 Breaking News

ଚାରିଛକଠାରେ ଶ୍ରୀବନ୍ତ ମେହେରଙ୍କ ସ୍ମୃତିସଭା ଅନୁଷ୍ଠିତ

February 25
20:53 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୨ : ଆଜି ସ୍ଥାନୀୟ ଅଂଶୁଲାପନ୍ଥୀକ ଠାରେ ବିଜୁ ଜନତାଦଳ ବାଣୀଭୂଷଣ ପୁର ପଞ୍ଚାୟତ କମିଟି ପକ୍ଷରୁ ଜନକ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସ୍ମୃତିସଭାରେ ପୂର୍ବତନମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ବହୁମୁଖି ପ୍ରତିଭାର ଅଧିକାରୀ ଜନସାଧାରଣଙ୍କ ପ୍ରିୟନେତାଅଞ୍ଚଳ ବାସୀଙ୍କର ସୁଖ ଦୁଃଖର ସାଥି ବିଜୁ ଜନତାଦଳର ବ୍ଲକ ସଭାପତି ସରପଞ୍ଚ ଶ୍ରୀଯୁକ୍ତ ଶ୍ରୀବନ୍ତ ମେହେରଙ୍କୁ ହରାଇ ଆଜି ସମଗ୍ର ବ୍ଲକ ବିଜୁ ଜନତାଦଳ ମୁରବୀ ଶୁନ୍ୟ ଅନୁଭବ କରୁଛି ବୋଲି ପ୍ରକାଶ କରିବା ସହ ତାଙ୍କ ଅଧୁରା କାମକୁ ପୁରା କରିପାରିଲେ ।
ଏବଂ ସମଗ୍ର ଅଞ୍ଚଳରେ ବିଜୁ ପରିବାରର ବ୍ୟାପକ ସାମ୍ପ୍ରସାରଣ କରିପାରିଲେ ତାହା ହିଁ ହେବ ଶ୍ରୀବନ୍ତ ମେହେରଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ରାମସେନା ସଭାପତି ଦିଲ୍ଲୀପ ପ୍ରଧାନ ପୂର୍ବତନ ବ୍ଲକ ଉପାଧକ୍ଷ ପଙ୍କଜ ସାହୁ ସରପଞ୍ଚସଙ୍ଘ ସଭାପତି ନିହାର ଘୋଷ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ବରିଷ୍ଠ ନେତା ସୁବୋଧ ପ୍ରଧାନ ପ୍ରଦୀପ ସାହୁ ଦାଶରଥି ପ୍ରଧାନ ଗରୁଡ଼ ପ୍ରଧାନ ବାସୁଦେବ ଦେହୁରୀ ଦିଲୀପ କୁମାର ସାହୁ ନାରାୟଣ ପାତ୍ର ପ୍ରଶାନ୍ତ କୁମାର ବାରିକ ପ୍ରମୁଖଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଶେଷରେ ଦିଲୀପ ସାହୁଙ୍କୁ ପଞ୍ଚାୟତ ସଭାପତି ରୂପେ ଦାଇତ୍ୱ ନେବା ପାଇଁ ମନୋନୀତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031