Indus Valley Times

ବଲାଙ୍ଗିର : ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ

 Breaking News

ବଲାଙ୍ଗିର : ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ

ବଲାଙ୍ଗିର : ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ
March 07
09:13 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୭/୩ : ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ନିଯୁକ୍ତି ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂ ଦେଓ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ,ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଲଜି ପାଣିଗ୍ରାହୀ,ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା ଉପସ୍ଥିତ ଥିଲେ ।
ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ କେଶବ ଚନ୍ଦ୍ର ପାଣିଗ୍ରାହୀ ସଭାରେ ସଭାପତିତ୍ବ କରିଥିଲେ।ପ୍ରଥମେ ଅତିଥି ମାନେ ନିଯୁକ୍ତି ମେଳାରେ ଲାଗିଥିବା ଷ୍ଟଲ ବୁଲି ନିଯୁକ୍ତିଦାତା ମାନଙ୍କ ସହିତ ଆଲୋଚନା କରିଥିଲେ।ଏହାପରେ ସଭା କାର୍ଯ୍ୟର ଆରମ୍ଭ କରାଯାଇଥିଲା।
ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଯୁବପିଢ଼ି ମାନଙ୍କୁ କୁଶଳୀ ଓ ଦକ୍ଷ ହେବା ପାଇଁ ଉପଦେଶ ଦେଇଥିଲେ।ବଲାଙ୍ଗିର ଜିଲ୍ଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ସରକାର ଙ୍କୁ ଜଣାଇବେ ବୋଲି କହିଥିଲେ।
ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୩୧ ଟି ସରକାରୀ ଓ ବେସରକାରୀ ସଂସ୍ଥା ଉପସ୍ଥିତ ରହି ନିଯୁକ୍ତି ପାଇଁ ଯୁବପିଢି ଙ୍କୁ ମନୋନୀତ କରିଥିଲେ।ତୁରନ୍ତ ୫ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ମୁଖ୍ୟ ଅତିଥି ଙ୍କ ହାତରୁ ନିଯୁକ୍ତି ପତ୍ର ଦିଆଯାଇଥିଲା।
ଏହି ନିଯୁକ୍ତି ମେଳାରେ ବଲାଙ୍ଗିର ଜିଲ୍ଲା ଓ ଜିଲ୍ଲା ବାହାରୁ ୧୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ମନ ପସନ୍ଦର ନିଯୁକ୍ତି ସଂସ୍ଥା ବଛିଥିଲେ।ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ପଦ୍ମିନୀ ସାହୁ,ୟଙ୍ଗ ପ୍ରଫେସନାଲ ଭରତ କୁମାର ଦାସ,ସିଏମଏସଡିଏଫ ଅନନ୍ୟା ମଲ୍ଲିକ,କନିଷ୍ଠ ନିୟୋଜନ ଅଧିକାରୀ,ଦୀପକ କୁମାର ସାମଲ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31