Indus Valley Times

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ

 Breaking News

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ

May 10
08:29 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୦/୫: ଶୁକ୍ରବାର ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ଅନ୍ତର୍ଗତ ନାଚ଼ୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଭେଟେଶ୍ବର ଗ୍ରା:ପ ଅନ୍ତର୍ଗତ ଭାପୁର ଗ୍ରାମର ବିଜେଡ଼ି କର୍ମୀ ମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହେଲେ।
ଦଳରେ ସାମିଲ ହୋଇଥିବା ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିବା ସହ ଏହି ମିଶ୍ରଣ ପର୍ବ ଭେଟେଶ୍ବର ଗ୍ରା:ପରେ ଆମ ଦଳକୁ ନିଶ୍ଚିତ ତୃଣମୂଳ ସ୍ତରରେ ସୁଦୃଢ କରିବ ବୋଲି ମତପ୍ରକାଶ କରିଥିଲେ।
ଏହି ମିଶ୍ରଣ ପର୍ବ ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା,ଭେଟେଶ୍ବର ଗ୍ରା:ପ ର ସରପଞ୍ଚ ସାବିତ୍ରୀ ଭୋଳ, ଗାଲୁଆ ଗ୍ରା:ପର ସରପଞ୍ଚ ସୁରେଶ ଚ଼ନ୍ଦ୍ର ବାରିକି,ଭେଟେଶ୍ବର ଗ୍ରା:ପର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031