Indus Valley Times

କୁବେର ବାବୁଙ୍କ ଘରେ ଟଙ୍କାର ପାହାଡ: ହାଲିଆ ହେଲେ ଅଧିକାରୀ, ଆସିଲା ମେସିନ୍

 Breaking News

କୁବେର ବାବୁଙ୍କ ଘରେ ଟଙ୍କାର ପାହାଡ: ହାଲିଆ ହେଲେ ଅଧିକାରୀ, ଆସିଲା ମେସିନ୍

May 30
10:17 2025

ଅନୁଗୁଳ, ୩୦/୫: ଦିନକୁ ଦିନ ବଢି ଚାଲିଛି ବଡବଡିଆଙ୍କ ଲାଞ୍ଚ ନେବା। ଏପରିକି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି।
ତେବେ ପୁଣି ଆଉ ଜଣେ ବଡ ବାବୁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସେ ହେଉଛନ୍ତି। ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ୍। ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ। ଅନୁଗୋଳ, ଢେ଼ଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ତେବେ ମୁଖ୍ୟଯନ୍ତ୍ରୀଙ୍କ ଘରେ ବିଡ଼ା ବିଡ଼ା ନୋଟ୍ ବାହାରିଛି। ମେସିନ୍ ସାହାଯ୍ୟରେ ଟଙ୍କା ଗଣା ଚାଲିଛି। ବର୍ତ୍ତମାନ ସୁଦ୍ଧା ୨କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ଅନୁଗୁଳ କରଡାଗାଡ଼ିଆ ଠାରୁ ୧ କୋଟି ୪୦ ଲକ୍ଷ ଓ ଭୁବନେଶ୍ବରସ୍ଥିତ ଫ୍ଲାଟରୁ ମିଳିଲା ୧ କୋଟି ଟଙ୍କା। ବର୍ତ୍ତମାନ ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଚଢାଉ ଚାଲିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031