Indus Valley Times

ଡାକ୍ତର ରବୀନ୍ଦ୍ର ସାହୁଙ୍କୁ ନିଲମ୍ବନ ପରେ ବଢ଼ିଲା ବିବାଦ:ଆକ୍ରମଣକାରୀଙ୍କୁ ଗିରଫ ଦାବିରେ କଳାବ୍ୟାଜ୍ ପିନ୍ଧିଲେ ଡାକ୍ତର

 Breaking News

ଡାକ୍ତର ରବୀନ୍ଦ୍ର ସାହୁଙ୍କୁ ନିଲମ୍ବନ ପରେ ବଢ଼ିଲା ବିବାଦ:ଆକ୍ରମଣକାରୀଙ୍କୁ ଗିରଫ ଦାବିରେ କଳାବ୍ୟାଜ୍ ପିନ୍ଧିଲେ ଡାକ୍ତର

ଡାକ୍ତର ରବୀନ୍ଦ୍ର ସାହୁଙ୍କୁ ନିଲମ୍ବନ ପରେ ବଢ଼ିଲା ବିବାଦ:ଆକ୍ରମଣକାରୀଙ୍କୁ ଗିରଫ ଦାବିରେ କଳାବ୍ୟାଜ୍ ପିନ୍ଧିଲେ ଡାକ୍ତର
June 08
10:46 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୬ : ଜିଲ୍ଲା ମୁଖ୍ୟ ହସପିଟାଲରେ ପ୍ରସୂତିଙ୍କ ମୃତ୍ୟୁ ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଡାକ୍ତର ରବୀନ୍ଦ୍ର ସାହୁଙ୍କୁ ନିଲମ୍ବନ କରିଛି।
କାର୍ଯ୍ୟରେ ଅବହେଳା କରିଥିବାରୁ ଡାକ୍ତରଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ମାତ୍ର ଏହାକୁ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା) ଆଦୌ ଗ୍ରହଣ କରିପାରୁ ନାହିଁ।
ଘଟଣାର ସମ୍ପୁର୍ଣ୍ଣ ତଦନ୍ତ ସରି ନ ଥିଲେ ମଧ୍ୟ ଜଣେ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କ ବିରୋଧରେ ହଠାତ୍ ଏମିତି କାର୍ଯ୍ୟାନୁଷ୍ଠାନକୁ ସଂଘ ବିରୋଧ କରିଛି।
ମାତ୍ର ଏହି ଘଟଣା ସମୟରେ ହସପିଟାଲ ପରିସରରେ ଡାକ୍ତରଙ୍କୁ ଦୁଇ ଦୁଇ ଥର ଆକ୍ରମଣ କରାଯିବା ନେଇ ଥାନାରେ ଏତଲା ହୋଇଥିଲେ ମଧ୍ୟ ପୁଲିସ କାହିଁକି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ସଂଘ ପ୍ରଶ୍ନ ଉଠାଇଛି।
ଏହାର ପ୍ରତିବାଦ ସ୍ବରୁପ କଳାବ୍ୟାଜ୍ ପିନ୍ଧି ଜିଲ୍ଲାର ସମସ୍ତ ଡାକ୍ତର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ଯଦି ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆନଯାଏ, ତେବେ ଜିଲ୍ଲା ବ୍ୟାପୀ ସମସ୍ତ ହସପିଟାଲରେ କାର୍ଯ୍ୟରତ ଡାକ୍ତରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି।
ଓଡ଼ିଶା ମେଡିକାଲ ସେବା ସଂଘ, ନୟାଗଡ ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଉପସଭାପତି ଡାକ୍ତର ଆଶିଷ ଦିକ୍ଷୀତଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଡାକ୍ତର ଉପସ୍ଥିତ ଥିଲେ ।
ଜିଲ୍ଲା ହସପିଟାଲରେ ହୋଇଥିବା ମାତୃ ମୃତ୍ୟୁ ପାଇଁ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ। ମାତ୍ର ଡ୍ୟୁଟି ସମୟରେ ଜଣେ ଡାକ୍ତରଙ୍କୁ ଆକ୍ରମଣକୁ ସଂଘ ବେଶ୍ ଗୁରୁତ୍ବର ସହ ନେଇ ଆଲୋଚନା କରିଥିଲା।
ଜଣେ ଡାକ୍ତରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ଡାକ୍ତର ଶ୍ରୀ ସାହୁଙ୍କ ଏତଲାକୁ ଭିତ୍ତି କରି ପୁଲିସ କିଛି ବି ପଦକ୍ଷେପ ନେଇ ନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି।
ଏହାର ଜୋରଦାର ପ୍ରତିବାଦ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧି ଡିୟୁଟିରେ ପ୍ରତିବାଦ କରୁଛନ୍ତି।
ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ। ଯଦି ୩-୪ ଦିନ ଭିତରେ ଆକ୍ରମଣକାରୀମାନେ ଗିରଫ ନ ହୁଅନ୍ତି, ତେବେ ସାରା ଜିଲ୍ଲାର ଡାକ୍ତରମାନେ ରୋଗୀ ସେବା ଜାରି କରିବା ସହ ଏକ ନୀରବ ପ୍ରତିବାଦ ଆରମ୍ଭ କରିବେ।
ଏହି ଆନ୍ଦୋଳନ ସାରା ରାଜ୍ୟକୁ ବ୍ୟାପିବ ବୋଲି ରାଜ୍ୟ ସଭାପତି ଡାକ୍ତର ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ଫଳରେ ଏହି ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ଏହା ଉପରେ ସମସ୍ତଙ୍କ ନଜର ରହିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930