Indus Valley Times

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

 Breaking News

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
June 09
10:32 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୯/୬ : ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ସହବନ୍ଧିତ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜିଲ୍ଲା ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଭଗବାନ ଭିଲ୍ଲା ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ତପନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓୟୁଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ ଅତିଥି ଭାବରେ ଯୋଗଦେଇଥିବା ବେଳେ, ସଂଗଠନର ପୁରାତନ ତଥା ବରିଷ୍ଠ ସଦସ୍ୟ ରବି ସ୍ୱାଇଁ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ବିଶ୍ବାଳ ପ୍ରମୁଖ ମଞ୍ଚାସିନ ଥିଲେ ।
ପ୍ରାରମ୍ଭରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନାୟକ ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରି ସଭ୍ୟ ସଭ୍ୟା ମାନଙ୍କର ସକ୍ରିୟ ସହଯୋଗ କାମନା କରିବା ସହ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କୁ ଦିଗଦର୍ଶନ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରିବା ସମ୍ପର୍କରେ ସମସ୍ତଙ୍କର ମତାମତ ନେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ଜିଲ୍ଲା ରିପୋର୍ଟ ଉପସ୍ଥାପନ ସହ ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟଙ୍କୁ ଆମେରିକାନ ମେରିଟ କାଉନସେଲିଂ ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିବାରୁ ଜିଲ୍ଲା ସଂଗଠନ ପକ୍ଷରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ତତ ସହିତ ବରିଷ୍ଠ ସଦସ୍ୟ ରବି ସ୍ୱାଇଁଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ବୈଠକରେ ଜିଲ୍ଲା ସଭାପତି ସମସ୍ତ ସଦସ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ନାରାୟଣ ମହାନ୍ତି, ସୟଦ ଅନସର ଅଲ୍ଲୀ , ସମ୍ପାଦକ ରାଜେଶ ମହାନ୍ତି , ଜିତେନ୍ଦ୍ର ଭଞ୍ଜ , ଶ୍ରୀକାନ୍ତ ପ୍ରଧାନ , ଚନ୍ଦନ ସୁନ୍ଦରାୟ ,ରାଜେନ୍ଦ୍ର ନାୟକ, ଶୁଭଲକ୍ଷ୍ମୀ ସାମନ୍ତରା ,ଶିବ ଚରଣ ସିଂ, ପ୍ରକାଶ ପଟ୍ଟନାୟକ , ପ୍ରଭାତ ମହାନ୍ତି, ଅଜିତ ମିଶ୍ର, ଲକ୍ଷ୍ମୀ ନାରାୟଣ ମହାପାତ୍ର, ସନ୍ଦୀପ ବର୍ମନ , ସେକ ଅନୁଅର ଅଲ୍ଲୀ, ରମେଶ ସାମନ୍ତରାୟ , ଫଜୁର ରହମାନ , ଦୁର୍ଗା ପ୍ରସାଦ ଦାସ , ସତ୍ୟ ସାମନ୍ତରାୟ ,କମଳ ଲୋଚନ ପାଇକରାୟ , ଅୟସ ମହାନ୍ତି, ତ୍ରିଲୋଚନ ବାଘସିଂହ , ସିଦ୍ଧାର୍ଥ ମହାନ୍ତି ସମେତ ବିଭିନ୍ନ ବ୍ଲକରୁ ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ । ଶେଷରେ ଉପ ସଭାପତି ସୟଦ ଅନସର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31