Indus Valley Times

ମାନ୍ୟବର ମନ୍ତ୍ର ଗୃହନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦୁଇଦିନିଆ ବୌଦ୍ଧ ଗସ୍ତ

 Breaking News

ମାନ୍ୟବର ମନ୍ତ୍ର ଗୃହନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦୁଇଦିନିଆ ବୌଦ୍ଧ ଗସ୍ତ

ମାନ୍ୟବର ମନ୍ତ୍ର ଗୃହନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦୁଇଦିନିଆ ବୌଦ୍ଧ ଗସ୍ତ
June 13
13:31 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୬ : ବୌଦ୍ଧ ଗସ୍ତରେ ଆସିଥିବା ମାନ୍ୟବର ମନ୍ତ୍ରୀ ଗୃହନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଦୁଇଦିନିଆ ବୌଦ୍ଧ ଗସ୍ତ ରେ ଆସି ଆଜି ଦ୍ଵିତୀୟ ଦିନ ପୂର୍ବାହ୍ନ ରେ ବୌଦ୍ଧ ମର୍ଜାକୁଦ, କୁଲାରିକୁଦ, ନବ ନିର୍ମାଣ ବୌଦ୍ଧ ବସ୍ ଷ୍ଟାଣ୍ଡ,ଆଳତୀ ଘାଟ, ଚନ୍ଦ୍ରଚୂଡ଼ ମନ୍ଦିର ଯାଇ ଠାକୁର ଙ୍କୁ ଦର୍ଶନ ସହିତ ପୁରୁଣା ଦୈନିକ ବଜାର ଏବଂ ବୌଦ୍ଧ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ତଥା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
ସକାଳ ୧୦ ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଭାସୀ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ବାହାନ ରଥ ର ଶୁଭ ଉଦଘାଟନ ଉତ୍ସବ ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ୩ ଗୋଟି ବିକାଶ ବାହାନ ରଥ ର ଶୁଭ ଉଦଘାଟନ କରିଥିଲେ ମାନ୍ୟବର ମନ୍ତ୍ରୀ ।
ପରେ ପରେ ଟାଉନ ହଲ ଠାରେ ସେମିନାର ରେ ଯୋଗ ଦେଇଥିଲେ । ପରେ ପରେ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୨ ଜୁନ ଠାରୁ ୧୮ ଜୁନ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ କଚେରୀ ପଡିଆ ବୌଦ୍ଧ ଠାରେ ଅନୁଷ୍ଠିତ ହେଉଥିବା ବିକାଶ ମେଳା ର ପଲ୍ଲିଶ୍ରୀ ମେଳା ଷ୍ଟଲ ଏବଂ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ଉତ୍ସବ ଷ୍ଟଲ ର ଶୁଭ ଉଦଘାଟନ କରିଥିଲେ ।
ସନ୍ଧ୍ୟା ରେ ମାଆ ଭୈରବୀ ଭିନ୍ନକ୍ଷମ ସଂକୀର୍ତନ ଦଳ, କୁମୁରସିଂଘା ଗୁରୁ ରଞ୍ଜନ ଜଗଦଲା ଓ ସାଥି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପିପଲ କଟା ଉ. ପ୍ରା. ବିଦ୍ୟାଳୟ, ଗନ୍ଧ ରାଡି କଳା ପରିଷଦ, ଜହ୍ନା ପଙ୍କ,କୃଷ୍ଣ ଚନ୍ଦ୍ର ମିଶ୍ର ଓ ସାଥି, ସଂଗୀତ୍ୟାନ, ବୌଦ୍ଧ,ନୁପୁରଧ୍ଵ ନୀ ଡ୍ୟାନ୍ସ ଏକାଡେମୀ, ଜଟଣୀ,ସରକାରୀ ଉଚ୍ଚ ବିଦ୍ୟାଳୟ, ମେଂଢ଼ୀମାଲ ପ୍ରମୁଖ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବଲପୁରୀ, ପାଲା, ଦାସକାଠିଆ, ଭଜନ, ନାଟକ ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930