Indus Valley Times

ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

 Breaking News

ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ
June 17
16:56 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୭/୬ : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦେଓଗାଁ ର ସିଙ୍ଘାମୁଣ୍ଡା ଗ୍ରାମ ପଂଚାୟତରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି।
ଏହି ଶିବିର ରେ ଆଇନ ସେବା ପ୍ରାଧିକରଣ ସଚିବ ପଵିତ୍ରାନନ୍ଦ ପ୍ରଧାନ,ଉପସ୍ଥିତ ଶିଶୁ ଓ ଜନସାଧାରଣ ମାନଙ୍କୁ ଶିଶୁ ର ଅଧିକାର,ବାଲ୍ୟ ବିବାହ ଉଚ୍ଛେଦ , ପୋସ୍କୋ ଆଇନ,ଶିଶୁ ଶ୍ରମିକ ଉଚ୍ଛେଦ ଉପରେ ବିସ୍ତୃତ ବିବରଣୀ ରଖିଥିଲେ।
ଏହା ସହ ନିଃସହାୟ ଶିଶୁ ମାନଙ୍କ ଆଧାର କାର୍ଡ ତିଆରି କରିବା ପାଇଁ \’ସାଥି କମିଟି \’ ର ସହଯୋଗ ଲୋଡ଼ିଥିଲେ।ନାଲସା ଶିଶୁ ହିତାଧିକାରୀ ଯୋଜନା ସହିତ ଆଇନ ସେବା ପ୍ରାଧିକରଣଙ୍କ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ।
ଉକ୍ତ ଶିବିରରେ ସହ ଶ୍ରମ ଅଧିକାରୀ କେଶବ ବେହେରା ଯୋଗ ଦେଇ ଶ୍ରମ ଆଇନ ଏବଂ ଶିଶୁ ସୁରକ୍ଷା ଉପରେ ସମ୍ୟକ୍ ଧାରଣା ଦେଇଥିଲେ।ଆଇନ ସେବା ପ୍ରାଧିକରଣ ତରଫରୁ ପାଳନ କରାଯାଇଥିବା ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ରେ ବିଦ୍ୟୁତ ଲତା ଖମାରି ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031