Indus Valley Times

ଜାତୀୟ ଆଇନ ସେବା ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଜାତୀୟ ଆଇନ ସେବା ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 10
10:08 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୦/୧୧: ଜାତୀୟ ଆଇନ ସେବା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଦୁଇ ଦିନ ବ୍ୟାପି ବାଣପୁର ଅଞ୍ଚଳରେ ଏକାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ତାଲୁକ ଆଇନସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର କୋର୍ଟ ପରିସରରୁ ଏକ ଆଇନ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରି ପୁନଶ୍ଚ କୋର୍ଟରେ ପହଞ୍ଚିଥିଲା।
ଯେଉଁଥିରେ ବିଚାରପତି ଶ୍ରୀ ମହାପାତ୍ରଙ୍କ ସମେତ ଆଇନଜୀବୀ କୋର୍ଟ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ। ଏହା ପରେ କୋର୍ଟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଆଇନା ସହାୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଅନୁରୂପ ଭାବେ ନଭେମ୍ବର ୯ ତଥା ଜାତୀୟ ଆଇନ ସେବା ଦିବସ ଅବସରରେ ରବିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ବାଣପୁର-୨ ପରିସରରେ ଆଇନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ବିଚାରପତି ଅମରେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାଣପୁର ବିଇଓ ସନାତନ ଜାଲି, ଅଧିବକ୍ତା ସଂଘ ସମ୍ପାଦକ ଜଗଦିଶ ପଟ୍ଟନାୟକ, ଫ୍ରଣ୍ଟ ଅଫିସ ରିଟେନର ରାମଚନ୍ଦ୍ର ପଲାଇ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ପ୍ରଧାନ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନେ ବିଭିନ୍ନ ଆଇନା ସେବା ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଅଧିବକ୍ତା ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31