Indus Valley Times

ବାଲିଗୁଡା : ଚତୁର୍ଦ୍ଧାମୂର୍ତ୍ତୀଙ୍କ କଚ୍ଛପ ଅବତାର ବେଶ

 Breaking News

ବାଲିଗୁଡା : ଚତୁର୍ଦ୍ଧାମୂର୍ତ୍ତୀଙ୍କ କଚ୍ଛପ ଅବତାର ବେଶ

ବାଲିଗୁଡା : ଚତୁର୍ଦ୍ଧାମୂର୍ତ୍ତୀଙ୍କ କଚ୍ଛପ ଅବତାର ବେଶ
June 29
21:08 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୬ : ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ରବିବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ କଚ୍ଛପ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା ସହ ସକାଳ ଓ଼ ସନ୍ଧ୍ୟା ଆଳତୀ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ରବିବାର ଦିନ ସକାଳେ ଗୀତା ପାରାୟଣ ଓ଼ ସନ୍ଧ୍ୟାରେ ପ୍ରବକ୍ତା ସୂର୍ଯ୍ୟ ନାରାୟଣ ଦାସ ଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଆଳତୀ ପରେ ପରେ ଜୈନକ ଦାତା ଙ୍କ ତରଫରୁ ବିଭିନ୍ନ ପ୍ରକାର ମିଷ୍ଠାନ ବଣ୍ଟନ କରାଯାଇଥିଲା ।
ଏଥିରେ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଓ଼ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।
ଖବର ପ୍ରକାଶ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ସାମଗ୍ରୀ ଫେରାଇଲେ
ବାଲିଗୁଡା, ୨୯/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରାବାସ ମରାମତି କରାଯିବା ସମୟରେ ଗତ ଛୁଟି ପୂର୍ବରୁ ସପ୍ତମ ଓ ଅଷ୍ଟମ ଛାତ୍ରଙ୍କ ଛାତ୍ରାବାସରେ ରହିଥିବା ଟ୍ରଙ୍କ ସମେତ ପାଠ୍ୟ ପୁସ୍ତକ, ପୋଷାକ ଆଦି ଏଣେତେଣେ ଫିଙ୍ଗି ଦିଆଯାଇଥିଲା।
ଏ ସମ୍ପର୍କରେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ।
ଶନିବାର ଜଣେ ଅଭିଭାବକ ସୁଦର୍ଶନ ପ୍ରଧାନ ତାଙ୍କ ପୁଅଙ୍କ ସାମଗ୍ରୀ ମିଳି ନ ଥିବା ଓ ତାଙ୍କ ପୁଅ ଆଜି ତାଙ୍କ ବାପା ଛାତ୍ରାବାସ ଯିବା ସମୟରେ ସମସ୍ତ ଘଟଣା ଜଣାଇବା ପରେ ଏ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ପ୍ରଶାସନ ତତ୍ପର ପ୍ରକାଶ କରି ଛାତ୍ରଙ୍କ ହଜିଯାଇଥିବା ସାମଗ୍ରୀ ଫେରାଇଥିଲେ ଓ ଏନେଇ ଛାତ୍ରଙ୍କ ଏକ ଭିଡିଓ କରି ସେ ନିଜ ସାମଗ୍ରୀ ଫେରିପାଇଥିବା ଭାଇରଲ କରାଯାଇଥିଲା।
ବାଲିଗୁଡା ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ )ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ ଏଭଳି ପିଲାଙ୍କ ସାମଗ୍ରୀ ନ ଫିଙ୍ଗି ତାକୁ ସଠିକ ଭାବରେ ରଖାଯିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031