Indus Valley Times

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

 Breaking News

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ
January 10
20:27 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ୨ଟି ୟୁନିଟର ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶୀତକାଳୀନ ସେବା ଶିବିର ବଡଗାଁ ପୋଷ୍ୟଗ୍ରାମରେ ଉଦଯାପିତ ହୋଇ ଯାଇଛି । ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ହମନ୍ ଦିବାକା ପ୍ରମୁଖ ଉପସ୍ଥିତ ରହି ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ଏହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ଏକ ସପ୍ତାହ ବ୍ୟାପୀ ଆୟୋଜିତ ଏହି ଶିବିରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ ଏସ ଏସ ସେଲ ପକ୍ଷରୁ କନ୍ଧମାଳ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ.ନଳିନୀ କୁମାର ପାଣିଗ୍ରାହୀ, ବି ଏସ ଏଫ ର କର୍ମଚାରୀ ଗଣ ଉପସ୍ଥିତ ରହି ଶିବିରାର୍ଥୀଙ୍କୁ ବ୍ୟକ୍ତିତ୍ୱ ବିକାଶରେ ଜାତୀୟ ସେବା ଯୋଜନାର ଭୂମିକା ବର୍ଣ୍ଣନା କରିଥିବା ବେଳେ ସ୍ୱାସ୍ଥ୍ୟ, ଜଙ୍ଗଲ ସୁରକ୍ଷା, ଅଗ୍ନି ନିରାପତ୍ତା, ସଡ଼କ ସୁରକ୍ଷା ଭଳି ବିଭିନ୍ନ ବିଷୟରେ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋକପାତ କରିଥିଲେ ।
ଉପସ୍ଥିତ ଶିବିରାର୍ଥୀ ମାନେ ଏକ ସପ୍ତାହ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଚେତନତା ସଭା ରାଲି ଘରଘର ବୁଲି ସରକାରୀ ଯୋଜନା ସର୍ଭେ କରିବା ସହ ବିଭିନ୍ନ ସମୟ ର ଜୀବନ୍ତ ଅନୁଭୂତି ବଖାଣି ଥିଲେ । ଶେଷରେ ଅଧ୍ୟାପକ ହମନ୍ ଦିବାକା ଧନ୍ୟବାଦ ଅର୍ପଣ କରିଥିଲେ ।
ନୂତନ ବର୍ଷ ର ବନ୍ଧୁ ମିଳନ ସହ ” କରେନ୍ଦ୍ର ମାଝୀ ସ୍ମୃତି କମିଟି” ଗଠନ
ବାଲିଗୁଡା, ୧୦/୧ : କନ୍ଧମାଳ ଜିଲ୍ଲାର ଆଦିବାସୀ ନେତା ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ଦୁଇ ଦୁଇ ଥର ବିଧାୟକ କରେନ୍ଦ୍ର ମାଝୀ ଙ୍କ ଦେହାନ୍ତ ପରେ ତାଙ୍କ ସହଯୋଗୀ ମାନଙ୍କୁ ନେଇ ଇଂରାଜୀ ନୂତନ ବର୍ଷ ଅବସରରେ ଗୁମା ପଞ୍ଚାୟତ ଉଷାବାଲି ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା, ତୁମୁଡ଼ିବନ୍ଧ ,କୋଟଗଡ ଓ କ. ନୂଆଗାଁ ବ୍ଲକ ର ଶହେରୁ ଉର୍ଦ୍ଧ ସହଯୋଗୀ ମାନେ ଏକାଠି ହୋଇଥିଲେ।
ପୂର୍ବତନ ବିଧାୟକ କରେନ୍ଦ୍ର ଜଣେ ସ୍ପଷ୍ଟବାଦୀ ଜନନେତା ଥିଲେ। ନିଜ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲା ର ବିକାଶ କ୍ଷେତ୍ର ରେ ତାଙ୍କର ଅବଦାନ ରହିଛି।
ଏଣୁ ତାଙ୍କର ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ଏକ “କରେନ୍ଦ୍ର ମାଝୀ ସ୍ମୃତି କମିଟି” ଗଠନ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ପ୍ରଥମେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା, ତୁମୁଡ଼ିବନ୍ଧ କୋଟଗଡ ଓ କ. ନୂଆଗାଁ ବ୍ଲକ ସ୍ତର ରେ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବ। ଅଞ୍ଚଳ ର ବିକାଶ ପାଇଁ କାର୍ଯ୍ୟ କରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମତପ୍ରକାଶ ପାଇଛି।
ସ୍ବର୍ଗତ କରେନ୍ଦ୍ର ମାଝୀ ଙ୍କ ପ୍ରତିମୂର୍ତ୍ତି ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଠାରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା ।
ଏହି ବନ୍ଧୁ ମିଳନ ରେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ୍, ସାମ୍ବାଦିକ ସନ୍ତୋଷ ଦାସ, ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ, ବିରେନ୍ଦ୍ର ଜାନୀ, ସମିତି ସଭ୍ୟ ଟଙ୍କଧର ମାଝୀ, ପୂର୍ବତନ ସରପଂଚ ସୁଜିତ ଦଳେଇମାଝୀ, ପ୍ରମୋଦ ମାଝୀ, ମୋହନ ବଳିଆରସିଂ, ଚିହ୍ନିବର ବଳିଆରସିଂ, ପବିତ୍ର ମୋହନ ବେହେରା, ସ୍ୱର‌୍ୟ୍ୟକାନ୍ତ ନାୟକ,ଅନ୍ତର୍ଯ୍ୟାମୀ ବେହେରା, ରଞ୍ଜିତ ପାତ୍ର, ବିରେନ୍ଦ୍ର ସାହୁ, ଯଶୋବନ୍ତ ମାଝୀ ପ୍ରମୁଖ ନିଜ ନିଜର ମତ ରଖିଥିଲେ।
ସ୍ବର୍ଗତ କରେନ୍ଦ୍ର ମାଝୀ ଙ୍କ ପୁତ୍ର ଚିରଞ୍ଜିବି ମାଝୀ ମଧ୍ୟ ଉପସ୍ଥିତ ରହି ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଯାହାକୁ ନେଇ ନୂତନ ବର୍ଷ ରେ ରାଜନୀତିକ ପାଣିପାଗ ସରଗରମ ହୋଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31