Indus Valley Times

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର୧୦୯ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

 Breaking News

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର୧୦୯ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

August 09
14:07 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ

ଖୋର୍ଦ୍ଧା,୯/୮ : ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୯ ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ଅଭିଷେକ ସିଂହ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ସଭା ପ୍ରାରମ୍ଭରେ ବ୍ୟାଙ୍କର ପ୍ରତିଷ୍ଠାତା ସ୍ବର୍ଗତ ରାୟ ସାହେବ ସତୀଶ ଚନ୍ଦ୍ର ଚକ୍ରବର୍ତ୍ତୀ ଓ ଓଡିଶା ସମବାୟ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।
ଏହି ସଭାରେ ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ କୃଷ୍ଣଚନ୍ଦ୍ର ଦାସ ନିଜ ବକ୍ତବ୍ୟରେ ଚାଷୀ ତଥା ସମିତି ମାନଙ୍କ ପାଇଁ ଓଡିଶା ସରକାରଙ୍କ ଦ୍ବାରା ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟ ଓ ଯୋଜନା ବିଷୟରେ କହିଥିଲେ ।
ଉପନିବନ୍ଧକ ଅଲକାନନ୍ଦା ଜେନା ସମବାୟ ସମିତି ବିଷୟରେ ବିସ୍ତୃତ ଭାବର ଆଲୋଚନା କରିଥିଲେ କ୍ଷ ସ‌ହକାରୀ ନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ମଣ୍ଡଳ ଭାଗମତ ମାରାଣ୍ଡି ନିଜ ବକ୍ତବ୍ୟରେ ସମସ୍ତ ସମିତି କର୍ମଚାରୀ ମାନଙ୍କ ସହଯୋଗରେ ସମବାୟ କୁ ଅଗ୍ରସର କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।
ବ୍ୟାଙ୍କ ସହିତ ଅନୁବନ୍ଧିତ ସମିତିର ସଭାପତି, ସମ୍ପାଦକ ଯୋଗ ଦେଇଥିଲେ । ବ୍ୟାଙ୍କର ସଭାପତି ବ୍ୟାଙ୍କରେ କରାଯାଇଥୁବା ବିଭିନ୍ନ ଉନୟନ ମୂଳକ କାମର ଚିଠା ଉପସ୍ଥାପନ କରିଥିଲେ ଓ ପରିଚାଳନା ପରିଷଦର ନିଷ୍ପଭି ଅନୁସାରେ ଏହି ୩ ବର୍ଷ ଭିତରେ ବ୍ୟାଙ୍କର ବ୍ୟବସାୟର ଦ୍ରୁତତମ ଅଭିବୃଦ୍ଧିର ଏକ ତୁଳନାତ୍ମକ ଚିଠା ଉପସ୍ଥାପନ କରିଥିଲେ । ବାକି ରହିଯାଇଥୁବ କାମକୁ ଅତି ଶୀଘ୍ର ସମାପନ କରାଯିବାପାଇଁ ପ୍ରତିଶୃତି ଦେଇଥିଲେ ।
ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାରଥୀ ଶତପଥୀ ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ଶେଖର ବଡ଼ଜେନା, ପ୍ରକାଶ ରାଉତରାୟ ଓ ବିପିନ ବିହାରୀ ପାତ୍ର ନିଜର ବକ୍ତବ୍ୟରେ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଜ୍ୟୋତି ରଞ୍ଜନ ରାଉତରାୟ ସଭା ପରିଚାଳନା କରିଥିଲେ। ଶେଷରେ ଜୟଶ୍ରୀ ଗଡ଼ନାୟକ ସଭାରେ ଉପସ୍ଥିତ ସମସ୍ତ ବ୍ୟାଙ୍କର ଅଂଶୀଦାର ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31