Indus Valley Times

ଗୋପାଳପୁର ଅତିକ୍ରମ କଲା ଅବପାତ, ଉତ୍ତରପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ମୁହାଁ ହେବ

 Breaking News

ଗୋପାଳପୁର ଅତିକ୍ରମ କଲା ଅବପାତ, ଉତ୍ତରପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ମୁହାଁ ହେବ

ଗୋପାଳପୁର ଅତିକ୍ରମ କଲା ଅବପାତ, ଉତ୍ତରପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ମୁହାଁ ହେବ
August 19
11:10 2025

ଭୁବନେଶ୍ୱର,୧୯/୮: ଗୋପାଳପୁର ଅତିକ୍ରମ କଲା ଅବପାତ। ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଏକ ଅବପାତରେ ପରିଣତ ହୋଇଥିଲା। ମଙ୍ଗଳବାର ମଧ୍ୟାହ୍ନ ସହ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହା ଦକ୍ଷିଣ ଛତିଶଗଡ଼ ମୁହାଁ ହେବ ବୋଲି ଜଣାଯାଇଛି।
କୋରାପୁଟରେ ସର୍ବାଧିକ ୬୪.୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୪୯.୬ ମିମି, ନବରଙ୍ଗପୁରରେ ୩୩.୨ ମିମି, ଢ଼େଙ୍କାନାଳରେ ୨୬.୪ ମିମି, ମାଲକାନଗିରିରେ ୨୧.୨ ମିମି, ଭବାନୀପାଟଣାରେ ୧୦.୨ ମିମି ଏବଂ ତାଳଚେରରେ ୧୦.୦ମିମି ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ମଧ୍ୟାହ୍ନରେ ଅବପାତ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ତେଣୁ ରାଜ୍ୟର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏଥିପାଇଁ ଏହି ୩ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତି ଜିଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଏବଂ ପ୍ରବଳ ବର୍ଷା ନେଇ ଗଞ୍ଜାମ, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ସୋନପୁରକୁ ୟେଲୋ ଓ୍ବାର୍ନିଂ ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031