Indus Valley Times

ବ୍ରାହ୍ମଣୀପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଛି ପ୍ରଧାନଶିକ୍ଷକଙ୍କ ଅରାଜକତା

 Breaking News

ବ୍ରାହ୍ମଣୀପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଛି ପ୍ରଧାନଶିକ୍ଷକଙ୍କ ଅରାଜକତା

ବ୍ରାହ୍ମଣୀପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଛି ପ୍ରଧାନଶିକ୍ଷକଙ୍କ ଅରାଜକତା
December 27
12:29 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୧୨ : ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବ୍ରାହ୍ମଣୀପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଛି ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଅରାଜକତା ।
ବିଦ୍ୟାଳୟ କର୍ମଚାରୀ ମାନଙ୍କୁ ଠିକ ବ୍ୟବହାର କରୁନଥିବା ବେଳେ ନିଜ ଇଛା ମୁତାବକ ବିଦ୍ୟାଳୟ ଆସୁଛନ୍ତି ।
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସିଟ ପୂରଣ କରିବା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅନ୍ୟ ଜିଲ୍ଲାର ପିଲା ମାନଙ୍କୁ ନାମ ଲେଖାଇଛନ୍ତି । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟୀତ୍ୱରେ ଥିବା ତ୍ରିନାଥ ନାୟକ ଅନିୟମିତତା ଭାବରେ ନିଜର ଦାୟିତ୍ୱ ତୁଲାଉଥିବା ପାରୁ ନଥିବା ଦେଖିବାକୁ ମିଳୁଛି।
ସମ୍ବଲପୁର ଜିଲ୍ଲାରେ ଥିବା ଏକ ଘୋରେଇ କଲେଜର ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରେ ପାଠ ପଢି ଏହି କଲେଜରେ କେବଳ ପରୀକ୍ଷା ଦେଉଛନ୍ତି ।
ଘୋରେଇ ସେଇ ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ଏଠାରେ ପିଲାମାନେ ଆସି କେମିତି ପରୀକ୍ଷା ଦେଉଛନ୍ତି ସଭିଙ୍କୁ ଏହା ଚକିତ କରୁଛି ।
ଗତ ବର୍ଷ ବ୍ରାହ୍ମଣିପାଳି ଉଚ୍ଚ ବିଦ୍ୟାଳୟ ଏହି କଲେଜଟି ଗଢି ଉଠିଛି ।
ଏହି ବିଦ୍ୟାଳୟରେ ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳର ପିଲାମାନେ ଏହି ବିଦ୍ୟାଳୟ ରହି ପାଠ ପଢିବା କଥା କିନ୍ତୁ ଏହା ସହ ରେଢ଼ାଖୋଲ ସହର ଏକ ଘୋରେଇ ବିଦ୍ୟାଳୟର ୧୩ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ।
ବର୍ତମାନ ବିଦ୍ୟାଳୟରେ ଇଣ୍ଟରନାଳ ପରୀକ୍ଷା ଚାଲୁଥିବା ବେଳେ ୪୮ ଜଣ ଛତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି କିନ୍ତୁ ସେଥି ମଧ୍ୟରୁ ୧୩ ଜଣ ଛତ୍ର ଛାତ୍ରୀ କଲେଜକୁ ପଢି ଆସୁନଥିବା ବେଳେ କେବଳ ପରୀକ୍ଷା ଦେବାକୁ କଲେଜକୁ ଆସୁଛନ୍ତି । ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷକ ଗୋଟିଏ ପିଲାପ୍ରତି ୧୨ ରୁ ୧୫ ହଜାର ଟଙ୍କା ଅସୁଲ କରି ସେଇ ପିଲାଙ୍କୁ ଏଠାରେ ପରୀକ୍ଷା କରୁଥିବା ଅଭିଯୋଗ ହେଉଛି ।
ଏହାସହ ପ୍ରଧାନ ଶିକ୍ଷକ କାହାକୁ କିଛି ନଜଣାଇ ବିଦ୍ୟାଳୟରେ ବହୁବାର ଅନୁପସ୍ଥିତ ରହୁଛନ୍ତି । ଗତ ସମବାର ଓ ମଙ୍ଗଳବାର ଏନେଇ ଅନୁପସ୍ଥିତ ମଧ୍ୟ ରହିଥିଲେ ।
ଏହା ସହ ବିଦ୍ୟାଳୟ ପରୀକ୍ଷା ଚାଲୁଥିବା ବେଳେ ପ୍ରଧାନ ଶିକ୍ଷକ ଉପସ୍ଥିତ ନରହି କିପରି ପରୀକ୍ଷା ହେଉଥିବା ତାହା ପରୀକ୍ଷାର୍ଥୀ ମାନଙ୍କ ପାଇଁ ଚିନ୍ତାର କାରଣ ।
କିନ୍ତୁ ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସେଇ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପଡୁଛି।
ବିଦ୍ୟାଳୟ ପାଠ ପଢି ନଆସି କେମିତି ଛାତ୍ରଛାତ୍ରୀଙ୍କ କିପରି ଉପସ୍ଥାପନା ପଡୁଛି ତାହା ତଦନ୍ତ ସାପେକ୍ଷ ।
ଯଦି ପିଲାମାନେ ନପଢି କେବଳ ପରୀକ୍ଷା ଦେବାକୁ ଆସିଲେ, ସେମାନଙ୍କ ମଧ୍ୟରେ କୌଣସି ସମସ୍ୟା ଘଟିଲେ ଏଥିପାଇଁ ଦାୟୀକିଏ ହେବେ।
ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କେତେକ କର୍ମଚାରୀ ଏହି କାରବାରରେ ସହଯୋଗ ଅଭିଯୋଗ ହେଉଛି ।
ବିଶେଷ ସୂତ୍ରରୁ ଜଣାପଡୁଛି ଯେ ଏଠାରେ ଅଧ୍ୟକ୍ଷ, ଶିକ୍ଷା ବିଭାଗର କେତେକ ଅଧିକାରୀଙ୍କ ଯୋଗ ସୂତ୍ର ସ୍ଥାପନ କରି ବେଶ ଦୁଇ ପଇସା ରୋଜଗାର କରି ପାରୁଥିବା ନଜର ରହିଛି।
ଏ ବିଷୟରେ ଅଧିକ ଜାଣିବା ପାଇଁ ଅଧ୍ୟକ୍ଷ ତ୍ରିନାଥ ନାଏକ ପଚାରିବାରୁ ମୁଁ କିଛି କାହାକୁ କହି ପାରିବି ନାହିଁ ବୌଦ୍ଧ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ରୁ ମନା କରିଛନ୍ତି ବୋଲି କାହି ଗୋଟିଏ ଶ୍ରେଣୀ କୋଠରୀ ଭିତରେ ପଶି ଯାଇ କବାଟ ପକାଇ ରହି ଯାଇଥିଲେ ।
ତୁରନ୍ତ ଏ ଦିଗରେ ବୌଦ୍ଧ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ତଦନ୍ତ କରି ପଦକ୍ଷେପ ନେବାକୁ ସୂଚନା ଦେଇଥିଲେ ।
କିନ୍ତୁ ପରୀକ୍ଷା ଚାରିଦିନ ବିତି ଯାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ତଦନ୍ତ କରିନାହାନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930