Indus Valley Times

ମରିକି ବି ଅମର, ରାଜେନ୍ଦ୍ର କିଶୋର… ଅଙ୍ଗଦାନ କରି ଅମର ହୋଇଗଲେ ମହାନ କବି

 Breaking News

ମରିକି ବି ଅମର, ରାଜେନ୍ଦ୍ର କିଶୋର… ଅଙ୍ଗଦାନ କରି ଅମର ହୋଇଗଲେ ମହାନ କବି

ମରିକି ବି ଅମର, ରାଜେନ୍ଦ୍ର କିଶୋର… ଅଙ୍ଗଦାନ କରି ଅମର ହୋଇଗଲେ ମହାନ କବି
October 24
19:47 2025

ଭୁବନେଶ୍ବର, ୨୪/୧୦ : ଆଉନାହାନ୍ତି ପ୍ରଖ୍ୟାତ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡା। ଆଜି(ଶୁକ୍ରବାର) ସକାଳ ୧୧.୩୦ରେ ତାଙ୍କ ପରଲୋକ ହୋଇଛି।
ମରି କି ବି ଅମର ରହିବେ ପ୍ରଥିତଯଶା କବି, ଔପନ୍ୟାସିକ ଓ ପୂର୍ବତନ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା। ନିଜ କାଳଜୟୀ କୃତି, ଲେଖକୀୟ ଢାଞ୍ଚା, ଚିର ସବୁଜ ସୃଷ୍ଟି, ସାହିତ୍ୟ ଜଗତରେ ନିଜର ରାଜକୀୟ ଛାପ ପାଇଁ ସ୍ବର୍ଗତ କବି ରାଜେନ୍ଦ୍ର କିଶୋର ପଣ୍ଡା ପାଠକଙ୍କ ମନରେ ତ ଅମର ରହିବେ କିନ୍ତୁ ଅଙ୍ଗ ଦାନ କରି ବି ସେ ଆଜି ଅମର ହୋଇଯାଇଛନ୍ତି ।
ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ୧୪ ଜୁଲାଇ ୧୯୬୭ରୁ ୩୦ ଜୁନ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଝାରସୁଗୁଡା ଜିଲ୍ଲା ବାଟଲଗା ଗାଁରେ ୧୯୪୪ ଜୁନ ୨୪ରେ ରାଜେନ୍ଦ୍ରଙ୍କ ହୋଇଥିଲା ଜନ୍ମ। ୮୧ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି।
ଶୈଳକଳ୍ପ ଲାଗି ୧୯୮୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ରାଜେନ୍ଦ୍ର। ଏହା ସହ ସେ ବିଷୁବ ସମ୍ମାନ, ସାରଳା ପୁରସ୍କାର, ଗଙ୍ଗାଧର ଜାତୀୟ ସମ୍ମାନ, ଝଙ୍କାର ପୁରସ୍କାର ଆଦି ଲାଭ କରିଥିଲେ।
କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପ୍ରକାଶିତ କବିତା ସଂକଳନଗୁଡି଼କ ହେଉଛି-ଗୌଣ ଦେବତା, ଅନାବତାର, ଘୁଣାକ୍ଷର, ଶତଦ୍ରୁ ଅନେକ, ନିଜ ପାଇଁ ନାନାବାୟା,ଚଉକାଠରେ ଚିରକାଳ, ଶୈଳକଳ୍ପ,ଅନ୍ୟା, ବହୁବ୍ରୀହି, ବୋଧି-ନଭ, ଇଶାଖେଳ, ଦ୍ରୋହବାକ୍ୟ, ଦୁଜା ନାରୀ, ବୈରାଗୀ ଭ୍ରମର, ସତ୍ୟୋତ୍ତର, ବହ୍ୱାରମ୍ବେ ଇତ୍ୟାଦି।.ତାଙ୍କ ବିୟୋଗରେ ସାରସ୍ଵତ ଜଗତରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବହୁ ସାହିତ୍ୟିକ ମତ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031