Indus Valley Times

ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

 Breaking News

ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର

ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର
November 03
12:07 2025

ଭୁବନେଶ୍ୱର,୩/୧୧: ବିଜେଡିକୁ ପୁଣି ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ଶ୍ରୀମୟୀ ବିଜେଡିକୁ ଟାଇଟନିକ୍ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି ଟାର୍ଗେଟ କରିଛନ୍ତି। ନାଁ ନ ନେଇ ସୁଜାତା ପାଣ୍ଡିଆନଙ୍କୁ ଶକ୍ତି ନାନି କହି ବାଣ ମାରିଛନ୍ତି।
ଖାଲି ଏତିକି ନୁହେଁ ଶ୍ରୀମୟୀ କହିଛନ୍ତି, ଶୁଣିବାକୁ ମିଳୁଛି ଶକ୍ତି ନାନୀ କୁଆଡ଼େ ରାଜ୍ୟସଭା ଯିବାକୁ ଶକ୍ତି ଗୋଟାଉଛନ୍ତି। ଏଣ୍ଟ୍ରି ହୋଇଗଲେ ପୁଣି ନୂଆ ସମୀକରଣ ହେବ। ଜାମସେଦପୁର ପାଣି ପବନରେ ଯିଏ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିବ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି। ଇଲେକ୍ସନ କମିଶନ ବେଡ଼ି ପକାଇଥିଲେ, ଏବେ ନୂଆ ପରିଚୟ ଅପେକ୍ଷାରେ ଥିବା ଶ୍ରୀମୟୀ କହିଛନ୍ତି।
ଶକ୍ତିନାନୀଙ୍କ ଚାଟଶାଳୀରେ ବରିଷ୍ଠ ନେତା ଟ୍ୟୁସନ ହେବାର ରାଜ୍ୟବାସୀ ଦେଖିଲେ। ଓଡ଼ିଶାବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀଙ୍କୁ କେତେ ଆଦର କରିବେ ଦେଖାଯାଉ। ନବୀନ ବାବୁ କହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ। ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ୍ କିଏ କରାଉଛି ବୋଲି ଶ୍ରୀମୟୀ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031