Indus Valley Times

ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ

 Breaking News

ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ

ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ
November 10
18:12 2025

ଭୁବନେଶ୍ଵର, ୧୦/୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟିଂ। ନଭେମ୍ବର ୯ରେ ପ୍ରଚାର ଥମିବା ସହ ମତଦାନ ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହା ମଧ୍ୟରେ ରାଜ୍ୟରେ ବିଜେପି ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିରବ ଅବଧି ସମୟରେ ନୂଆପଡ଼ାରେ ନିୟମର ଉଲ୍ଲଂଘନ ହୋଇଥିବା ନବୀନ କହିଛନ୍ତି।
ସେ କହିଛନ୍ତି, ଭାରତୀୟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁସାରେ ନିରବ ଅବଧି ଆରମ୍ଭ ହେବା ମାତ୍ରେ ରାଜନୈତିକ ନେତା ଓ କର୍ମୀଙ୍କୁ ନିର୍ବାଚନ କ୍ଷେତ୍ର ଛାଡ଼ିବା ବାଧ୍ୟତାମୂଳକ। କିନ୍ତୁ ମୋ ପାଖରେ ଥିବା ସୂଚନା ଅନୁସାରେ, ନୂଆପଡ଼ାରେ ବିଜେପିର ବାହାର ଅଞ୍ଚଳର ନେତା ଓ କାର୍ଯ୍ୟକର୍ତ୍ତା ଖୋଲାଖୋଲି ବୁଲୁଛନ୍ତି। ବେଆଇନ ଭାବେ ମତଦାତାଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି।
ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଯେବେ ବିଜେଡିର ନେତାମାନେ ବିଜେପି ନେତା-କର୍ମୀଙ୍କ ଗତିବିଧି ଉପରେ ଆପତ୍ତି ଉଠାଇଲେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଏଥିରୁ ସ୍ପଷ୍ଟ ଭାବେ ଜଣା ପଡ଼ିଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସରକାରୀ ଦଳ ପକ୍ଷରୁ କାମ କରୁଛନ୍ତି। ନିର୍ବାଚନରେ ନିରପେକ୍ଷତା ବଜାୟ ରଖିବା ପରିବର୍ତ୍ତେ କ୍ଷମତାସୀନ ପାର୍ଟିର ହିତସାଧନ କରୁଛନ୍ତି।
ଏହା ଗଣତନ୍ତ୍ରର ନିରପେକ୍ଷତାକୁ ଆଘାତ ଦେଉଛି ଏବଂ ନିର୍ବାଚନ ପ୍ରକ୍ରିୟାରେ ଜନତାଙ୍କୁ ବିଶ୍ଵାସକୁ କମ କରୁଛି। ଯଦି ଏମିତି ଗତିବିଧି ଜାରି ରହେ ତେବେ ନୂଆପଡ଼ାରେ ନିର୍ବାଚନର ନିରପେକ୍ଷତା ଉପରେ ଗମ୍ଭୀର ପ୍ରଭାବ ପଡ଼ିବ। ଏଥିପାଇଁ ଆମେ ନିର୍ବାଚନ ଆୟୋଗଙ୍କୁ ଏଥିରେ ତତ୍କାଳ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ।
୪୮ ଘଣ୍ଟାର ମଉନ ଅବଧିକୁ କଡ଼ାକଡ଼ି ଲାଗୁ କରାଯାଉ। ନିର୍ବାଚନ କମିଶନର ନିୟମ ଅନୁଯାୟୀ ସମସ୍ତ ଅଣ-ସ୍ଥାନୀୟ ରାଜନୈତିକ ନେତାମାନେ ନିର୍ବାଚନମଣ୍ଡଳୀ ଛାଡିବା ନିଶ୍ଚିତ କରନ୍ତୁ। ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ନିରପେକ୍ଷ ଭାବରେ କାର‌୍ୟ୍ୟ କରିବାକୁ ଏବଂ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନବୀନ କହିଛନ୍ତି
ସୂଚନାଯୋଗ୍ୟ, ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ହେବାକୁ ଯାଉଛି। ପୋଲିଂ ପାର୍ଟି ବୁଥଗୁଡ଼ିକରେ ପହଞ୍ଚି ସାରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ବୁଥ ରହିଛି। ବିଜେପି ପକ୍ଷରୁ ମଇଦାନରେ ଦିବଙ୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଅଛନ୍ତି। ବିଜେଡି ପକ୍ଷରୁ ଅଭିଜ୍ଞ ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପକ୍ଷରୁ ଘାସିରାମ ମାଝୀ ନିର୍ବାଚନ ଲଢୁଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031