Indus Valley Times

ବାଲ୍ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଚାଉଳ ସହ ଟଙ୍କା

 Breaking News

ବାଲ୍ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଚାଉଳ ସହ ଟଙ୍କା

ବାଲ୍ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଚାଉଳ ସହ ଟଙ୍କା
August 20
12:31 2025

ଭୁବନେଶ୍ୱର ,୨୦/୮: ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଡ୍ରପ୍‌ଆଉଟ ହାର ରୋକିବା ସହ ପିଲାଙ୍କୁ ବିଦ୍ୟାଳୟମୁହାଁ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ଛାତ୍ରୀଛାତ୍ରଙ୍କୁ ମାଗଣାରେ ୟୁନିଫର୍ମ ପ୍ରଦାନ କରାଯିବ। ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକାରେ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ ମାଗଣାରେ ଦିଆଯିବ।
ଏ ବାବଦରେ ପ୍ରତ୍ୟେକ ପିଲାଙ୍କ ପିଛା ୧୦୦୦ ଟଙ୍କା ଲେଖାଏ ଖର୍ଚ୍ଚ ହେବ। ଏଥିଲାଗି ଆବଶ୍ୟକ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାଗନ୍ଦ ଗଣ୍ଡ ମଙ୍ଗଳବାର ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଖୋଲାଯାଇଛି।
ଏବେ ପିଲାଙ୍କୁ ସ୍କୁଲ ୟୁନିଫର୍ମ ସହିତ ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ମଧ୍ୟ ଦିଆଯିବ। ୩ ଲକ୍ଷ ୧୦ ହଜାର ୮୪୯ ପିଲାଙ୍କୁ ୟୁନିଫର୍ମ ଦିଆଯିବ। ପ୍ରତ୍ୟେକ ପିଲାଙ୍କ ସମସ୍ତ ଖର୍ଚ୍ଚ ବାବଦ ୧ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଏହା ଦ୍ୱାରା ପିଲାମାନେ ସ୍କୁଲ ଛାଡ଼ିବାକୁ ମନା କରିବେ ନାହିଁ, ଯଦ୍ଦ୍ବାରା ଡ୍ରପ୍‌ଆଉଟ ହାର ବଢ଼ିବ ନାହିଁ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31