Indus Valley Times

ଜଗତସିଂହପୁରରେ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍

 Breaking News

ଜଗତସିଂହପୁରରେ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍

November 17
17:32 2025

ଜଗତସିଂହପୁର, ୧୭/୧୧ : ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଲା ପ୍ରଶାସନ। ସଦର ଥାନା ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲ୍‌ଡୋଜର। ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର ।
ରବିବାର ରାତିରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ଅଞ୍ଚଳର ବେହେରାମପୁର ଏକ ବସ୍ତିରେ ଜଗତସିଂହପୁର ପୋଲିସର ଚଢ଼ାଉ ବେଳେ ଦୁଇ ସନ୍ଦିଗ୍ଧ ବାଂଲା ଦେଶୀ ଅଟକ ରହିଥିଲେ । ପୋଲିସର ଚଢ଼ାଉ ସମୟରେ ପୋଲିସ ଓ ବାଙ୍ଗଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଅଞ୍ଚଳରେ ଏକ ଭଡା ଘରେ ୩୦ ରୁ ଉର୍ଦ୍ଧ ସନ୍ଦିଗ୍ଧ ବାଂଲାଦେଶୀ ଭଡା ରହୁଥିବା ସୂଚନା ମିଳିଥିଲା। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ବେଳେ ଚଢ଼ାଉ ବେଳେ ୧୦ରୁ ଉର୍ଦ୍ଧ ବାଙ୍ଗଲାଦେଶୀ ଫେରାର ହୋଇଯାଇଥିଲେ ।
ତେବେ ଚଢ଼ାଉ ବେଳେ ସେମାନଙ୍କ ଘରୁ ଗୋଟେ ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ଘରକୁ ଚିହ୍ନଟ କରାଯାଇ ଜେସିବି ସାହାଯ୍ୟରେ ଭଙ୍ଗା ଯାଇଛି।
କ୍ଟ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031