Indus Valley Times

୨୨ରେ ଲଘୁଚାପ, ୨୪ରୁ ନେଇପାରେ ଅବପାତର ରୂପ

 Breaking News

୨୨ରେ ଲଘୁଚାପ, ୨୪ରୁ ନେଇପାରେ ଅବପାତର ରୂପ

୨୨ରେ ଲଘୁଚାପ, ୨୪ରୁ ନେଇପାରେ ଅବପାତର ରୂପ
November 21
11:35 2025

ଭୁବନେଶ୍ୱର, ୨୧/୧୧ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଗୁରୁବାର ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣିବଳୟଟି ଷ୍ଟ୍ରେଟ୍ ଅଫ୍ ମଲାକ୍କା (ଇଣ୍ଡୋନେସିଆ ଦେଇ ଆଣ୍ଡାମାନ ସାଗରକୁ ସଂଯୋଗ କରୁଥିବା ଜଳପଥ)ର ସମୁଦ୍ରପତ୍ତନଠାରୁ ୫.୮ କିମି ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ନଭେମ୍ବର ୨୨ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।
ତେବେ ଏହାକୁ ନେଇ ବାତ୍ୟା ଆଶଙ୍କା ପ୍ରକାଶ ପାଇଥିଲେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଏହି ଘୂର୍ଣ୍ଣିବଳୟ ପାଇଁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ।
ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ ଓ ୨୪ ତାରିଖ ବେଳକୁ ଦକ୍ଷିଣ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ୍ ୨୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଏଭଳି ସୂଚନାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି।
ବାତ୍ୟା ଓ ବର୍ଷା ଆଶଙ୍କାରେ ଦିନ କାଟୁଛନ୍ତି। ଏବେ ଅମଳ ସମୟ ଆରମ୍ଭ ହୋଇଥିଲେ ମଧ୍ୟ ବିଲରେ ପାଣି ରହିଛି। ପୁଣି ଧାନ ଅମଳ ପାଇଁ ଶ୍ରମିକ ଅଭାବ ଚିନ୍ତା ବଢ଼ାଇଛି। ସାମାନ୍ୟ ବର୍ଷା ହେଲେ ବି ବିଲରେ ଥିବା ପାଚିଲା ଧାନ ନଷ୍ଟ ହେବ ବୋଲି ଚାଷୀମାନେ କହୁଛନ୍ତି।
ଅପରପକ୍ଷେ ଏବେ ସାରା ରାଜ୍ୟରେ ତାପମାତ୍ରା ସାଧାରଣ ରହିଥିବାବେଳେ କେନ୍ଦ୍ରୀୟ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପାରଦ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ୪ଟି ସ୍ଥାନରେ ତାପମାତ୍ରା ୧୨ଡିଗ୍ରୀ କିମ୍ବା ଏହାଠାରୁ କମ୍ ରହିଥିବାବେଳେ ୧୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ ରହିଥିବା ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031