Indus Valley Times

ଭାରତରେ ଏକତା ଓ ଶାନ୍ତି

 Breaking News

ଭାରତରେ ଏକତା ଓ ଶାନ୍ତି

ଭାରତରେ ଏକତା ଓ ଶାନ୍ତି
May 19
15:25 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୧୯/ ୫ : ପିପୁଲସ ୱେଲଫେୟାର ସଜେସନ ଫୋରମ ,ରାଷ୍ଟ୍ରୀୟ ହିନ୍ଦୁ ବୋର୍ଡ ଓ ଥିଙ୍କର୍ସ କ୍ଲବର ୧୨୦ ତମ ଆନ୍ତର୍ଜାତିକ ଆଭାସୀ ଆଲୋଚନା ମିଳିତ ଭାବେ ଶ୍ରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି ।
ଏଥିରେ ଡ଼ ନନ୍ଦ ନନ୍ଦନ ଦାସ, ପୂର୍ବତନ ଶାସନ ସଚିବ, ପୂର୍ତ ବକ୍ତା ଭାବେ ଯୋଗଦେଇ’ ଭାରତରେ ଏକତା ଓ ଶାନ୍ତି’ ବିଷୟରେ ଆଲୋକ ପାତ କରିଥିଲେ ।
ସେ ଦର୍ଶାଇଥିଲେ ଯେ ଭାରତ ସ୍ୱାଧୀନତା ସମୟରେ ଜାତି,ଧର୍ମ,ଭାଷା,ରାଜ୍ୟ, ଧନୀ-ଗରିବ ଭିତିକ ବିଭେଦ ପାଇଁ ଏକତା ନଥିଲା ଓ ଅଧିକାଂଶ ଲୋକ ଅଶିକ୍ଷିତ ଥିଲେ ।
ସେଥିପାଇଁ ଲୋକଙ୍କ ମଧ୍ୟରେ ଉତ୍କୃଷ୍ଟ ନାଗରିକତ୍ବ ଯଥା ନୈତିକତା,ଏକତା ଓ ଜାତୀୟତା ଭାଵ ନ ଥିଲା । ଏବେ ଶିକ୍ଷାନୁଷ୍ଠାନରେ ନୈତିକ ଶିକ୍ଷା ଉପରେ ସେ ଗୁରୁତ୍ୱାରୋପ କରି ଭାରତରେ ଏକତା ଓ ଶାନ୍ତି ଭାବନା ଜାଗ୍ରତ କରିବାକୁ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କୁ ପରିକଳ୍ପିତ୍ ଯୋଜନା ଟି କୁ କାର୍ଯ୍ୟକାରୀ ପାଇଁ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି କହିଥିଲେ ।
ଏ କାର୍ଯ୍ୟକ୍ରମକୁ ଥୀଙ୍କର୍ସ କ୍ଲବ ସଭାପତି ଶ୍ରୀ ବରଦା ପ୍ରସନ୍ନ ଦାସ ସଂଯୋଜନା କରିଥିଲେ ଓ ଶ୍ରୀମତୀ ପଦ୍ମଜ। ଦେବତା ଧନ୍ୟବାଦ୍ ଦେଇଥିଲେ ।
ସର୍ଵଶ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ, ଅମ୍ବିକା ପ୍ରସାଦ ସାମଲ, ଦେବନନ୍ଦନ, ପୁର୍ଣିମା ମିତ୍ର, ଅମିତା କର, ସଚୀନନ୍ଦନ ଦାସ, ଅନିତା ପାଣ୍ଡେ, ଆଭା ଦାସ, ବାସନ୍ତୀ ତ୍ରିପାଠୀ, ଶ୍ରୀନନ୍ଦନ ଦାସ, ଡ଼ି ପାଣ୍ଡଵ, ଦୀଲସ୍ଵର ସାହୁ, ଡ଼ ଏନ କେ ଦେବତା, ବସନ୍ତ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ସାହୁ, ପଞ୍ଚାନନ ବିଶ୍ୱାଳ, ରମାକାନ୍ତ ମହାକୁଡ଼, ରଂଜିତ ମହାପାତ୍ର, ପ୍ରଣବ ସାହୁ, ସସ୍ମିତା ପାଣିଗ୍ରାହୀ, ସତ୍ୟଜିତ ସାହୁ, ଶ୍ରୀନିବାସ, ସୁବାସ ସାହୁ (ବାହାରିନ ରୁ), ସୁଧାକର ପତ୍ରୀ , ବିଭୁ ଦତ୍ତ ମହାନ୍ତି ,ଅମିତା କର,କୁଶ ଚନ୍ଦ୍ର ସାହୁ , ରାନୀ ସେନ,ସିରିଶ ସାହୁ,ସଚି ନନ୍ଦନ ଦାସ,ପୂର୍ଣ୍ଣିମା ମିତ୍ର , ଦିପାୟନ୍ ପଟ୍ଟନାୟକ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031